ବିଧାୟକ ଙ୍କୁ ହତ୍ୟା ଧମକ ଅଭିଯୋଗ ରେ କାଉନସିଲର ଗିରଫ

ଟିଟିଲାଗଡ,୪/୧୨(ଜେଏନଏସ),କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ପୁଲିସ ଉପସ୍ଥିତି ରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ରେ ଟିଟିଲାଗଡ ଜିଆରପି ପୁଲିସ କାଉନସିଲର ମହମ୍ମଦ ଇମ୍ରାନ୍ ଖାନ୍ କୁ ଗିରଫ କରିଛି।ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ରେଳ ଷ୍ଟେସନ ରୁ ହାଇଦ୍ରାବାଦ ଓ ବିଜୟୱାଡା ଅଭିମୁଖେ ୫୦ ରୁ ଉର୍ଦ୍ଧ ବେଆଇନ ଦାଦନ ଚାଲାଣ ହେଉଥିବା ଦେଖି ବିଧାୟକ ଶ୍ରୀ ବାଗ ପୁଲିସ କୁ ଖବର ଦେଇଥିଲେ।ଘଟଣା କୁ ନେଇ କଣ୍ଟାବାଞ୍ଜି ସହର ୱାର୍ଡ ନଂ୧ ର କାଉନସିଲର ମହମ୍ମଦ ଇମ୍ରାନ ଖାନ୍ ତାଙ୍କ ସହଯୋଗୀ ବଣ୍ଟି ବେହେରା ଓ ବିଧାୟକ ଙ୍କ ମଧ୍ୟରେ ବଚସା ହୋଇଥିଲା। ଇମ୍ରାନ ଓ ତାଙ୍କ ସହଯୋଗୀ ମାନେ ରେଳବାଇ ଫାଣ୍ଡି ଭିତରେ ପୁଲିସ ଉପସ୍ଥିତି ରେ ବିଧାୟକ ଙ୍କୁ ଗାଳି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ ବିଧାୟକ ଶ୍ରୀ ବାଗ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଟିଟିଲାଗଡ ଜିଆରପି ଥାନା କେସ ନଂ ୧୨୬/ ୨୦୨୫ ଅନ୍ତର୍ଗତ ୨୨୧,୨୯୬,୩୫୧(୩),୩(୫) ବିଏନଏସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଇମ୍ରାନ୍ କୁ ଗିରଫ କରିଛି।ପୁଲିସ ତଦନ୍ତ ଜାରି ରଖିଥିବା ଏବଂ ଘଟଣା ରେ ସଂଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତ ଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବା ନେଇ ଥାନା ଅଧିକାରୀ ବିନୟ କୁମାର ଭୋଇ ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles