ଜନ୍ମମାଟି ରେ ହେବ ହ୍ୟୁମାନ ଙ୍କ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳୀ

ଟିଟିଲାଗଡ,୫/୧୨(ଜେଏନଏସ),ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ଦିବଂଗତ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ଶୃତି ରେ ତାଙ୍କ ଜନ୍ମ ମାଟି ଟିଟିଲାଗଡ ରେ ଆସନ୍ତା ୭ ତାରିଖ ସନ୍ଧ୍ୟାରେ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହିପରିପ୍ରେକ୍ଷୀ ରେ ସ୍ଥାନୀୟ ରିଗାଲ ପ୍ଲାଜା ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଆ ସଙ୍ଗୀତ ଜଗତରେ ୨୦ ହଜାର ରୁ ଅଧିକ ଗୀତ ରେ କଣ୍ଠଦାନ କରି ଅଳ୍ପ ସମୟ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହ୍ୟୁମାନ ଙ୍କ ଅକାଳ ବିୟୋଗ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଥିବା ମଞ୍ଚ ପକ୍ଷରୁ ଉଲ୍ଲେଖ କରାଯାଇଛି।ହ୍ୟୁମାନ ଙ୍କ ଜନ୍ମ ଭୂମି ଟିଟିଲାଗଡ ଓ କର୍ମଭୂମି କଟକ ରେ ତାଙ୍କ ଶୃତି ରକ୍ଷା ପାଇଁ ସ୍ମାରକୀ ନିର୍ମାଣ କରାଯିବାକୁ ମଞ୍ଚ ପକ୍ଷରୁ ସରକାର ଙ୍କ ଠାରେ ନିବେଦନ କରାଯାଇଛି।ଆସନ୍ତା ରବିବାର ସନ୍ଧ୍ୟା ରେ ସ୍ଥାନୀୟ ସରକାରୀ ବାଳକ ହାଇ ସ୍କୁଲ ପଡିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ସୁପର ଷ୍ଟାର ଅନୁଭବ ମହାନ୍ତି,ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ,କୁଲଦୀପ ପଟ୍ଟନାୟକ, କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ପ୍ରମୁଖ କଳାକାର ଙ୍କ ସହ ବହୁ ରାଜନେତା ଯୋଗଦେବାକୁ ଥିବା ନେଇ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶା ମ୍ୟୁଜିକ ଆୱାଡ ର ପ୍ରତିଷ୍ଠାତା ସଞ୍ଜୟ ମହାକୁର, ଗଗନ ବାଗ,ରୁକୁ ସୁନା, ନରସିଂ ସିଂ,ନିରଜ ପଟ୍ଟନାୟକ,ରାଜେଶ ପ୍ରଧାନ ପ୍ରମୁଖ ଙ୍କ ସହ ବହୁ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles