ସଙ୍ଗୀତ ସାଗର ଙ୍କ ଶୃତି ରେ ଝରିଲା ଲୁହ

ଟିଟିଲାଗଡ,୭/୧୨(ଜେଏନଏସ),ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ସରକାରୀ ବାଳକ ହାଇ ସ୍କୁଲ ଖେଳ ପଡିଆ ଠାରେ ଦିବଂଗତ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଣ୍ଠଶିଳ୍ପୀ ହ୍ୟୁମାନ ଙ୍କ ହଜାର ହଜାର ପ୍ରଶଂସକ ଙ୍କ ଗହଣ ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ସୁପର ଷ୍ଟାର ଅନୁଭବ ମହାନ୍ତି,ହ୍ୟୁମାନ ଙ୍କ ପ୍ରଥମ ସଙ୍ଗୀତ ଶିକ୍ଷକ ଶୁଭ୍ରାଂଶୁ ମିଶ୍ର,ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ,କୁଲଦୀପ ପଟ୍ଟନାୟକ, କଣ୍ଠ ଶିଳ୍ପୀ ଅସୀମା ପଣ୍ଡା, ଓଡ଼ିଶା ମ୍ୟୁଜିକ ଆୱାଡ ର ପ୍ରତିଷ୍ଠାତା ସଞ୍ଜୟ ମହାକୁର,ରୁକୁ ସୁନା, ନରସିଂ ସିଂ ପ୍ରମୁଖ ଙ୍କ ସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ କଳାକାର ଯୋଗଦେଇ ହ୍ୟୁମାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ହ୍ୟୁମାନ ଙ୍କ ମା ଶେଫାଳୀ,ସ୍ତ୍ରୀ ଶ୍ରେୟା,ତାଙ୍କ ଝିଅ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ।ସିନେଷ୍ଟାର ଅନୁଭବ ସକାଳୁ ଟିଟିଲାଗଡ ରେ ପହଞ୍ଚି ପ୍ରଥମେ କବରଖାନା କୁ ଯାଇ ହ୍ୟୁମାନ ଙ୍କ କବର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଦେବନ୍ଧ ପଡ଼ା ସ୍ଥିତ ବାସଭବନ ରେ ହ୍ୟୁମାନ ଙ୍କ ମା ଓ ସମ୍ପର୍କୀୟ ଙ୍କୁ ଭେଟି ସ୍ୱାନ୍ତନା ପ୍ରଦାନ କରିଥିଲେ।ହ୍ୟୁମାନ ଙ୍କ ଜନ୍ମ ମାଟିରେ ପ୍ରତିବର୍ଷ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଉତ୍ସବ ପାଳନ କରି ତାଙ୍କ ଶ୍ରୁତି କୁ ଚିରଦିନ ବଞ୍ଚାଇ ରଖିବାକୁ ଆୟୋଜକ ଙ୍କୁ ଅତିଥି ବୃନ୍ଦ ନିବେବନ କରିଥିଲେ। ହ୍ୟୁମାନ ଙ୍କ ଅକାଳ ବିୟୋଗ ତାଙ୍କ ଅଗଣିତ ପ୍ରଶଂସକ ଙ୍କୁ ମର୍ମାହତ କରିଛି।ହ୍ୟୁମାନ ଙ୍କ ବିୟୋଗ ର ୨୧ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରତି ପ୍ରଶଂସକ ତଥା ସଙ୍ଗୀତପ୍ରେମି ଙ୍କ ଭଲ ପାଇବା ଦ୍ଵିଗୁଣିତ ହୋଇଛି।ହ୍ୟୁମାନ ଙ୍କ ମୃତ୍ୟୁ ର ତଦନ୍ତ ହେବ ଏବଂ ପ୍ରଚ୍ଛଦପଟ୍ଟ ରେ ଥିବା ଦୋଷୀ ଙ୍କୁ ସାମ୍ନା କୁ ଅଣାଯିବ ଏବଂ ଏଥିପାଇଁ ରାଜ୍ୟସରକାର ଙ୍କ ସହଯୋଗରେ ପ୍ରକିୟା ଆରମ୍ଭ ହୋଇଥିବା ସିନେଷ୍ଟାର୍ ଅନୁଭବ ମଞ୍ଚ ରେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରେ ହ୍ୟୁମାନ ଙ୍କ ଅମର ଆତ୍ମା ର ସତଗତି ପାଇଁ ମଞ୍ଚରେ ଥିବା ଅତିଥି ଙ୍କ ସହ ଉପସ୍ଥିତ ହଜାର ହଜାର ପ୍ରଶଂସକ ନିଜ ନିଜ ମୋବାଇଲ ଲାଇଟ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ ହ୍ୟୁମାନ ଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା କୁ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ମଞ୍ଚରେ ପଢି ଶୁଣାଇଥିଲେ। ହ୍ୟୁମାନ ଗାଇଥିବା ହୃଦୟସ୍ପର୍ଶୀ ଗୀତ ଗୁଡ଼ିକୁ ବିଭିନ୍ନ କଳାକାର ମଞ୍ଚରେ ଗାଇ ଉପସ୍ଥିତ ଶ୍ରୋତା ଙ୍କୁ ଭାବବିହ୍ବଳ କରିଥିଲେ।ଶୀତ ରାତିରେ ଖୋଲାପଡ଼ିଆରେ ପ୍ରବଳ ଜନସମାଗମ ଜଣେ କଣ୍ଠ ଶିଳ୍ପୀ ହୋଇ ହ୍ୟୁମାନ ଲୋକ ଙ୍କ କେତେ ଭଲ ପାଇବା ସାଉଁଟିଛନ୍ତି ତାହାକୁ ଦର୍ଶାଇଥିଲା।ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles