ରେଳ ଷ୍ଟେସନ ପରିସରରୁ ଗଞ୍ଜେଇ ଜବତ,୨ ଗିରଫ

ଟିଟିଲାଗଡ,୧୧/୧୨(ଜେଏନଏସ),ଟିଟିଲାଗଡ ରେଳବାଇ ପୁଲିସ ଷ୍ଟେସନ ପରିସରରୁ ଚୋରା ଚାଲାଣ ହେବାକୁ ଥିବା ୧୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ଟିଟିଲାଗଡ ଷ୍ଟେସନ ରୁ ରାୟପୁର ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଜିଆରପି ଥାନା ଅଧିକାରୀ ବିନୟ ଭୋଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ନିଜ ଟିମ ସହ ଷ୍ଟେସନ ପରିସରରେ ତଲାସି ଆରମ୍ଭ କରିଥିଲେ। ଏହି ସମୟରେ ପ୍ଲାଟଫର୍ମ ନଂ ୨ ଓ ୩ ଠାରେ ସନ୍ଦେହ ଜନକ ଅବସ୍ଥାରେ ଥିବା ୨ ଜଣ ଯୁବକ ଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ଗଞ୍ଜେଇ ଜବତ କରିଥିଲେ।ଗିରଫ ଅଭିଯୁକ୍ତ ଦ୍ବୟ କନ୍ଧମାଳ ଜିଲ୍ଲା କେ ନୂଆ ଗାଁ ଥାନା ଅନ୍ତର୍ଗତ ଦୀପାଖେତା ଗ୍ରାମ ନିବାସୀ ଆନନ୍ଦ ଦିଗାଲ(୩୨) ଓ ସାରଙ୍ଗଗଡ ଥାନା ଅନ୍ତର୍ଗତ ଦାଦାବାଡ଼ି ଗ୍ରାମର ରୁମେଶ ଦିଗାଲ(୨୫) ହୋଇଥିବାବେଳେ ଜବତ ଗଞ୍ଜେଇ ର ଓଜନ ୧୦ କେଜି ୯୧୬ ଗ୍ରାମ ଥିବା ପୁଲିସ ସୂଚନା ଦେଇଛି।ଗିରଫ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି।ଏହି ଚଢାଉ ରେ ଥାନାଧିକାରୀ ଶ୍ରୀ ଭୋଇ ଙ୍କ ସହ ଏଏସଆଇ ଉମାକାନ୍ତ ଯୋଶୀ,ଗୀତାଞ୍ଜଳି ଭୋଇ ପ୍ରମୁଖ ସାମିଲ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles