ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସାଧାରଣ ପରିଷଦ ବୈଠକ

ଟିଟିଲାଗଡ଼,୧୪/୧୨(ଜେଏନ୍ଏସ),ଟିଟିଲାଗଡ଼ ବ୍ରାହ୍ମଣ ସମାଜର ବାର୍ଷିକ ସାଧାରଣ ପରିଷଦର ବୈଠକ ରବିବାର ଦ୍ୱାରସେନି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣ ସମାଜ ସଭାପତି ସୁବୋଧ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସତ୍ୟବ୍ରତ ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ବ୍ରାହ୍ମଣ ସମାଜ ପକ୍ଷରୁ ଆଗାମୀ ଦିନରେ ଆୟୋଜିତ ହେବାକୁଥିବା ସାମୁହିକ ବ୍ରତୋପନୟନ, ବନ୍ଧୁ ମିଳନ, ପର୍ଶୁରାମ ଜୟନ୍ତୀ ପାଳନ,ସଂସ୍କାର ମୂଳକ ବିଭିନ୍ନ କାର୍ଯ୍ୟକ୍ରମ ସମ୍ଵନ୍ଧରେ ବିଶଦ ଆଲୋଚନା କରାଯାଇଥିଲା। ଏଥିସହ ବ୍ରାହ୍ମଣ ସମାଜ ର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ଉପସଭାପତି ରାମନାରାୟଣ ମିଶ୍ର,ସହସମ୍ପାଦକ ଶୁକଦେବ ଯୋଶୀ, କୋଷାଧ୍ୟକ୍ଷ ରମାନାଥ ଖମାରି,ଚିନ୍ତାମଣୀ ମହାପାତ୍ର,ବନମାଳୀ ଦାଶ,ରାଜେନ୍ଦ୍ର ନାରାୟଣ ମିଶ୍ର,ମୀନକେତନ ମିଶ୍ର, ଭକ୍ତ ପ୍ରସାଦ ପୁରୋହିତ,ମାନସ ପାଣି ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles