କେନ୍ଦୁମୁଣ୍ଡି ସ୍କୁଲରେ ଶିକ୍ଷା ସଭା କାର୍ଯ୍ୟକ୍ରମ

ଟିଟିଲାଗଡ,୧୫/୧୨(ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ ପଞ୍ଚାୟତ ର କେନ୍ଦୂମୁଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବବୁଲୁ ଜାଲ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବୀରବର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ରାଜ୍ୟ ସରକାର ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଶିଶୁ ଙ୍କୁ ବିଦ୍ୟାଳୟ ସହ ଯୋଡିବା ନେଇ ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଅଭିଭାବକ ଙ୍କ ମଧ୍ୟ ନୈତିକ ଦାୟିତ୍ବ ରହିଥିବା ମୁଖ୍ୟ ଅତିଥି ଶ୍ରୀ ସାହୁ ଉଲ୍ଲେଖ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୮ ବର୍ଷ ବୟସ ରୁ କମ ଛାତ୍ର ଛାତ୍ରୀ ଙ୍କୁ ପୁସ୍ତକ ଓ ଉପଢ଼ୌକନ ଦେଇ ନାମ ଲେଖିବାକୁ ଉତ୍ସାହିତ କରାଯାଇଥିଲା।ବିଦ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା।କାର୍ଯ୍ୟକ୍ରମରେ ଶିକ୍ଷକ ସୁଶାନ୍ତ ପଣ୍ଡା,ସୁନିଲ ତାଣ୍ଡି,ଅଜୟ ରାଉତ,ରଜତ ଛତର,ଶିକ୍ଷୟିତ୍ରୀ ରେଣୁକା ନାଗ,କବିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles