କାମ ରେ ଲାଗୁନି ଶୀତକାଳୀନ ରାତ୍ରୀ ଆଶ୍ରୟ ସ୍ଥଳୀ ପ୍ରବଳ ଶୀତ ରେ ରାସ୍ତା କଡ଼ରେ ବାସହୀନ ଙ୍କ କଟୁଛି ରାତି

ଟିଟିଲାଗଡ,୧୭/୧୨(ଜେଏନଏସ),ଟିଟିଲାଗଡ ସର୍ଗିଗୁଡ଼ା ଠାରେ ଥିବା ପୌର ପରିଷଦ ର ପୁରୁଣା କୋଠାରେ ଅସ୍ଥାୟୀ ଭାବେ ବାସହୀନ ଙ୍କ ପାଇଁ ଶୀତକାଳୀନ ଆଶ୍ରୟ ସ୍ଥଳୀ ର ବ୍ୟବସ୍ଥା କରାଯାଇଛି।ତେବେ ସହର ଉପାନ୍ତରେ ଥିବା ଏହି ଆଶ୍ରୟ ସ୍ଥଳୀ ଲୁକ୍କାୟିତ ଅବସ୍ଥାରେ ଥିବା ଏବଂ ସଚେତନତା ର ଅଭାବ ଯୋଗୁଁ ବାସହୀନ ମାନେ ଏହି ସେବାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି।ଏ ସମ୍ବନ୍ଧରେ ପୌର ପରିଷଦ ପକ୍ଷରୁ କୌଣସି ପ୍ରଚାର ପ୍ରସାର କରାଯାଉ ନ ଥିବା ଏବଂ ଏହା ସହରରୁ ବହୁ ଦୂରରେ ଥିବା ଯୋଗୁଁ ଏହା ପ୍ରକୃତ ହିତାଧିକାରୀ ଙ୍କ କାମ ରେ ଲାଗିପାରୁ ନାହିଁ।ଟିଟିଲାଗଡ ଏକ ପ୍ରମୁଖ ଜଙ୍କସନ୍ ହୋଇଥିବା ଯୋଗୁଁ ଏଠାରେ ନିୟମିତ ଭାବରେ ଲୋକ ଙ୍କ ଜନ ଗହଳି ଦେଖିବାକୁ ମିଳିଥାଏ।ପ୍ରବଳ ଶୀତରେ ବାସହୀନ ମାନେ ବହୁ କଷ୍ଟରେ ବିଭିନ୍ନ ଦୋକାନ ବାରଣ୍ଡା,ରେଳ ଷ୍ଟେସନ ଓ ରାସ୍ତା କଡ଼ରେ ଦୟନୀୟ ସ୍ଥିତି ରେ ରାତ୍ରି ଯାପନ କରୁଥିବା ଦେଖିବାକୁ ମିଳୁଛି।ପୂର୍ବ ସରକାର ଅମଳରେ ରେଳ ଷ୍ଟେସନ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ବର୍ତମାନ ଏହି କୋଠା ପୌର ପରିଷଦ ର କାର୍ଯ୍ୟାଳୟ ଭାବରେ ବ୍ୟବହୃତ ହେଉଛି। ଅପରପକ୍ଷରେ ସହରର ପ୍ରମୁଖ ସ୍ଥାନ ପରିବର୍ତ୍ତେ ବହୁ ଦୂରରେ ଏହି ବ୍ୟବସ୍ଥା କରାଯାଇଥିବା ଯୋଗୁଁ ଏହା ଫଳପ୍ରଦ ହୋଇପାରୁ ନାହିଁ।ଘଟଣା କୁ ନେଇ ରାଜ୍ୟ ସଭା ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ଉଦବେଗ ପ୍ରକାଶ କରିବା ସହ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୌର ପରିଷଦ ପକ୍ଷରୁ ପୁରୁଣା କୋଠାରେ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଗରିବ ବାସହୀନ ଙ୍କୁ ଏ ସୁବିଧା ସମ୍ଵନ୍ଧରେ ଅବଗତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles