ଖବର ପ୍ରସାରଣ ପରେ ବିଏସଏନ୍ଏଲ ସେବା ଆରମ୍ଭ

ଟିଟିଲାଗଡ,୧୮/୧୨(ଜେଏନ୍ଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ୍ ପଞ୍ଚାୟତରେ ଦୀର୍ଘ ଦଶ ଦିନ ଧରି ବିଏସଏନ୍ଏଲ ସେବା ଠପ୍ ହୋଇପଡ଼ିବା ଏବଂ ଏଥିଯୋଗୁଁ ଗ୍ରାହକ ହନ୍ତସନ୍ତ ହେଉଥିବା ନେଇ ଗତକାଲି ଖବର ପ୍ରସାରଣ ପରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳିଛି।ନିଗମର ସହକାରୀ ମହାପ୍ରବନ୍ଧକ ତରଣୀ ପ୍ରସାଦ ତ୍ରିପାଠୀ ଘଟଣା କୁ ଗୁରୁତ୍ଵ ଦେଇ ସମ୍ବଲପୁର ଓ ଟିଟିଲାଗଡ ରୁ ଯନ୍ତ୍ରୀ ପଠାଇ ଯୁଦ୍ଧକାଳୀନ ଭିତ୍ତି ରେ ଏହାକୁ ଠିକ୍ କରିଥିଲେ।ସୂଚନା ଅନୁଯାୟୀ ଖୋଲାନ ଠାରେ ଥିବା ବିଏସଏନ୍ଏଲ କାର୍ଯ୍ୟାଳୟ ର ନିଜସ୍ଵ ଟ୍ରାନସଫର୍ମର ପୋଡ଼ି ଯାଇଥିବା ଯୋଗୁଁ ଦୀର୍ଘ ୧୦ ଦିନ ରୁ ଉର୍ଦ୍ଧ୍ବ ଧରି ମୋବାଇଲ ସେବା ବନ୍ଦ ରହିଥିଲା। ବିଭାଗୀୟ ଅବହେଳା ଯୋଗୁଁ ଏହି ପଞ୍ଚାୟତ ଅନ୍ତର୍ଗତ ୫୦୦ ରୁ ଉର୍ଦ୍ଧ ଗ୍ରାହକ ମୋବାଇଲ ସେବା ରୁ ବଞ୍ଚିତ ରହିଥିଲେ।ଏଥିସହ ମୋବାଇଲ ଟାୱାର ନ ଆସିବା ଯୋଗୁଁ ବିଭିନ୍ନ ସରକାରୀ ଯୋଜନା ର ଓଟିପି ପ୍ରଦାନ କରିବାରେ ହିତାଧିକାରୀ ବିଫଳ ହୋଇଥିଲେ।ବ୍ୟାଙ୍କ୍ ସେବା, ହିତାଧିକାରୀ ଙ୍କୁ ଏନ୍ ଜି ଆର ଇ ଜି ଏ ଟଙ୍କା ପ୍ରଦାନ ରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା।ଆଜି ଅପରାହ୍ନ ରୁ ନାରେନ୍ ପଞ୍ଚାୟତ ରେ ବିଏସଏନ୍ଏଲ ସେବା ସ୍ଵାଭାବିକ ହୋଇଥିବା ବେଳେ ଉପଭୋକ୍ତା ମହଲରେ ସନ୍ତୋଷ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles