ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା, ଲୋକଙ୍କ ଅନୁରୋଧ ପରେ ସାମୟିକ ବିରତି

ଟିଟିଲାଗଡ,୨୦/୧୨(ଜେଏନଏସ),ରାଜ୍ୟରେ ନୂଆ ସରକାର ଗଠନ ପରେ ଓଡ଼ିଶା କୁ ସମ୍ପୂର୍ଣ ଭାବରେ ଜବରଦଖଲ ମୁକ୍ତ କରିବାକୁ ସରକାର ପ୍ରାଥମିକତା ଦେଇଛନ୍ତି। ରାଜ୍ୟ ବ୍ୟାପି ବିଭିନ୍ନ ସହରରେ ସରକାରୀ ଜମି ରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।ଏହି କ୍ରମରେ ରାଜ୍ୟର ଏକ ପ୍ରମୁଖ ଜଙ୍କସନ ଭାବରେ ପରିଚିତ ଟିଟିଲାଗଡ ସହରରେ ମଧ୍ୟ ଜବର ଦଖଲ ଉଚ୍ଛେଦ ଅଭିଯାନ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଛି।ସହରର ମୁଖ୍ୟ ପ୍ରବେଶ ପଥ ବଲାଙ୍ଗୀର ରୋଡ ର ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଥିବା ବେଳେ ରାସ୍ତାକଡ ରେ ଦୀର୍ଘଦିନ ଧରି ରହିଥିବା ଜବରଦଖଲ କୁ ଉଚ୍ଛେଦ କରିବାକୁ ପୌର ପ୍ରଶାସନ ଅଣ୍ଟା ଭିଡ଼ିଛି।ସହରର ସର୍ଗୁଗୁଡ଼ା ଠାରେ ରାସ୍ତା କଡ଼ରେ ଉଭୟ ପଟରେ ଥିବା ଜବର ଦଖଲ ଜମି କୁ ଚିହ୍ନଟ କରାଯାଇ ଜବର ଦଖଲକାରୀ ଙ୍କୁ ପୂର୍ବରୁ ନୋଟିସ ଦିଆଯାଇଥିଲା।ଶନିବାର ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ଏସଡିପିଓ ଯଶୋବନ୍ତ ପ୍ରଧାନୀ,ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ଶଙ୍କର ବାଗ ପ୍ରମୁଖ ଅଧିକାରୀ ପୁଲିସ ଫୋର୍ସ ଉପସ୍ଥିତି ରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରୁଥିବା ବେଳେ ସ୍ଥାନୀୟ ଲୋକ ଙ୍କ ଆକ୍ରୋଶ ର ସମ୍ମୁଖୀନ ହୋଇଥିଲେ।ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନ ବଡ ବଡିଆ ଙ୍କ ପ୍ରତି ସଦେୟ ହେଉଥିବା ବେଳେ ଗରିବ ଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ନେଇ ସେମାନେ ଅଭିଯୋଗ କରିଥିଲେ।କିଛି ସମୟ ଉତ୍ତେଜନା ପରେ ଲୋକଙ୍କ ଅନୁରୋଧ କ୍ରମେ ଆଉ କିଛିଦିନ ସମୟ ଦେବାକୁ କଂଗ୍ରେସ ଯୁବ ନେତା ବିରେନ୍ଦ୍ର ବାଗ ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ କରିଥିଲେ।ଜବର ଦଖଲ ପ୍ରକିୟାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇ ଥିବା ବେଳେ ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ପୁଣି ଏହି ପ୍ରକିୟା ଆରମ୍ଭ କରାଯିବା ନେଇ ଦିନ ଧାର୍ଯ୍ୟ କରାଯିବ ବୋଲି ତହସିଲଦାର ଶଙ୍କର ବାଗ ସୂଚନା ଦେଇଛନ୍ତି

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles