ମୃତ ଶିଶୁ ପୁତ୍ର କୁ ଧରି ୧୭ ଘଣ୍ଟା ଡାକ୍ତରଖାନା ବାରଣ୍ଡା ରେ ମା

ଟିଟିଲାଗଡ଼,୨୦/୧୨(ଜେଏନ୍ଏସ),ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ନିଜ ମୃତ ଶିଶୁ ପୁତ୍ର ର ଶବ କୁ ଧରି ପ୍ରବଳ ଶୀତ ରାତିରେ ଜଣେ ମା ଦୀର୍ଘ ୧୭ ଘଣ୍ଟା ବସି ରହିବା ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ସାଧାରଣ ମାନବିକତା ହରାଇବା ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ସିନ୍ଧେକେଲା ଥାନା ଅନ୍ତର୍ଗତ ଦେହେଲି ଗ୍ରାମ ନିବାସୀ ପୂର୍ଣ୍ଣସାହୁ ତାଙ୍କ ସ୍ତ୍ରୀ ଜାହ୍ନବୀ ଙ୍କ ସହ ନିଜ ଦୁଇ ବର୍ଷର ଶିଶୁ ଅଭିନାଶ କୁ ଚିକିତ୍ସା ପାଇଁ ପ୍ରଥମେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ପାଇଁ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାକୁ ଆଣିଥିଲେ। ଶିଶୁଟିକୁ ଶୁକ୍ରବାର ସଂଧ୍ୟା ୬ଟା ରେ ଟିଟିଲାଗଡ ଏମ ସି ଏଚ ରେ ଭର୍ତ୍ତି କରାଯାଇଥିଲା।ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁ ର ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ଏଥିପାଇଁ ଚିକିତ୍ସା ରେ ଅବହେଳା କରାଯାଇଥିବା ଏବଂ ଡାକ୍ତର ଏକ ଇଞ୍ଜେକ୍ସନ ଦେବା ପରେ ଶିଶୁ ଗୁରୁତର ହୋଇ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିଲେ।ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ଯିବା କୁ ଅନୁମତି ନ ଦେବା ଯୋଗୁଁ ସଂଧ୍ୟା ୭ ଟାରୁ ମୃତ ଶିଶୁ ପୁତ୍ରକୁ ଧରି ମା ବାପା ଡାକ୍ତରଖାନା ବାରଣ୍ଡାରେ ହିଁ ପଡ଼ି ରହିଥିଲେ।ଖବର ପାଇ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ମୃତ ଶିଶୁ ର ବ୍ୟବଚ୍ଛେଦ କରାଯିବା ଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଘଟଣା କୁ ନେଇ ସହରର ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles