ନଦୀ ଗର୍ଭ ରେ ଲୀନ ହେବ ପୌରାଣିକ ଐତିହ୍ୟ ଧରୋହର

ଟିଟିଲାଗଡ,୨୧/୧୨(ଜେଏନ୍ଏସ),ବଲାଙ୍ଗୀର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ତେଲ ନଦୀ ର କୂଳକ୍ଷୟ ଯୋଗୁଁ ନଦୀ କୂଳରେ ଥିବା ତିନୋଟି ପୁରାତନ ଶୈବ ପୀଠ ନଦୀ ଗର୍ଭ ରେ ଲୀନ ହେବାକୁ ବସିଛି। ତେଲନଦୀ ଅବବାହିକା ରେ ସଇଁତଳା ବ୍ଲକ ଅନ୍ତର୍ଗତ କଅସର ତ୍ରୀଶମ୍ଭୁ ଶୈବପୀଠ,ବେଲଖଣ୍ଡି ଠାରେ ଥିବା ଶ୍ରୀଶ୍ରୀ ଧବଳେଶ୍ଵର ଶୈବ ପୀଠ ଏବଂ ପୁଟି ଗାଁ ରେ ଥିବା ଶ୍ରୀଶ୍ରୀ ଯୋଗେଶ୍ୱର ବାବା ଶୈବପୀଠ ଅବସ୍ଥିତ ରହିଛି।ଐତିହ୍ୟ ସମ୍ପନ୍ନ ଏହି ପୁରାତନ ଧରୋହର ପାଇଁ ତେଲ ନଦୀ ଏବେ ଆସନ୍ନ ବିପଦର କାରଣ ପାଲଟିଛି।ତେଲ ନଦୀ ର ଉଭୟ ପଟ ରୁ ବାଲି ମାଫିଆ ମାନେ ନିରନ୍ତର ଭାବରେ ବାଲି ଉଠାଇ ନେଉଥିବା ଯୋଗୁଁ କୁଳକ୍ଷୟ ହୋଇ ନଦୀ କ୍ରମଶଃ ତଟ ନିକଟରେ ଥିବା ଶୈବ ପୀଠ ର ନିକଟତର ହୋଇ ସାରିଛି।ବର୍ତ୍ତମାନ ସ୍ଥିତି ରେ ନଦୀ ତଟ ରୁ ମନ୍ଦିର ର ଦୂରତା ମାତ୍ର ୬ ରୁ ୭ ଫୁଟ ମଧ୍ୟରେ ପହଞ୍ଚିଛି।ଏହି ପୌରାଣିକ ତଥା ଐତିହ୍ୟ ଧରୋହର ର ଯଦି ସୁରକ୍ଷା ବ୍ୟବସ୍ଥା ଯଥାଶୀଘ୍ର ଗ୍ରହଣ କରାନଯାଏ ତେବେ ଏହା ନଦୀ ଗର୍ଭ ରେ ଲୀନ ହୋଇଯବାର ଆଶଙ୍କା ଦେଖାଦେଇଛି।ଏହା ଅଗଣିତ ଐତିହ୍ୟ ପ୍ରେମୀ ତଥା ଶୈବ ଉପାସକ ଙ୍କୁ ବ୍ୟଥିଥ କରିଥିବା ବେଳେ ଏହାର ସୁରକ୍ଷା କୁ ନେଇ ସଇଁତଳା ସରପଞ୍ଚ ସୁବ୍ରତ ନାଗ, କଅସର ସରପଞ୍ଚ ହେମକାନ୍ତି ସାହୁ,ଘୁନସର ସରପଞ୍ଚ ଅନୁରାଧା ସେଠ,ଆମ୍ବାପାଲି ସରପଞ୍ଚ ରମା ଛତ୍ରିଆ,ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ,ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଜାନୀ,ପୂର୍ବତନ ସରପଞ୍ଚ ମଧୁସୂଦନ ସାହୁ ପ୍ରମୁଖ ଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଘଟଣା କୁ ନେଇ ବିଧାୟକ ଶ୍ରୀ ଜୈନ ଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହାକୁ ନେଇ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଉଲ୍ଲେଖ କରିଛନ୍ତି

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles