ବୀଣାପାଣି କଳା ପରିଷଦ ର ବାର୍ଷିକ ଉତ୍ସବ

ଟିଟିଲାଗଡ଼,୨୫/୧୨(ଜେଏନ୍ଏସ),ଟିଟିଲାଗଡ଼ ବୀଣାପାଣି କଳା ପରିଷଦ ର ବାର୍ଷିକ ଉତ୍ସବ ଗୁରୁବାର କଳା ପରିଷଦ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି।ନୃତ୍ୟ ଗୁରୁ ପ୍ରମୋଦ ବଳବନ୍ତରାୟ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଟିଟିଲାଗଡ଼ ଥାନା ଅଧିକାରୀ କଲ୍ୟାଣୀ ବେହେରା ମୁଖ୍ୟଅତିଥି,ସାହିତ୍ୟିକ ଜ୍ୟୋତିପ୍ରକାଶ ଗଡତିଆ ମୁଖ୍ୟବକ୍ତା, ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ଅବସରପ୍ରାପ୍ତ ଗୋଷ୍ଠୀ ଅର୍ଥ ନୈତିକ ଅଧିକାରୀ ପଞ୍ଚାନନ ତାଣ୍ଡି ଏବଂ ଜାତୀୟ ଅଲମ୍ପିକ କୋଚ ଉମାକାନ୍ତ ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କଳାକାର ଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଟିଟିଲାଗଡ଼ ମାଟି ର ଦିବଂଗତ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମେନ ସାଗର ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଟିଟିଲାଗଡ ମାଟି କଳାର ମାଟି ଏବଂ ଏହି ଅନୁଷ୍ଠାନ କଳାକାର ତିଆରି କାରଖାନା ଭାବରେ ଭୂମିକା ତୁଲାଇଥିବା ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ। ବିଭିନ୍ନ ବର୍ଗ ର କଳାକାର ଙ୍କ ଦ୍ଵାରା ଓଡିଶୀ,ସମ୍ବଲପୁରୀ,ଘୁଡକା ନୃତ୍ୟ, ହିନ୍ଦୀ ସିନେମା ନୃତ୍ୟ ଆଦି ପରିବେଷଣ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ମାନେ ହୃଦୟସ୍ପର୍ଶୀ ଭଜନ ଓ ରୋଚକ ସମ୍ବଲପୁରୀ ଗୀତ ଗାନ କରିଥିଲେ। ଅନୁଷ୍ଠାନ ର କଳାକାର ଜାଗୃତୀ ଓଡ଼ିଆ କାର୍ଯ୍ୟକ୍ରମ ପରିଚାଳନା ଏବଂ ମମତା ବୈଠାରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବଂଶୀ ବାଦକ ପରଂବ୍ରହ୍ମ ମାଝୀ, ତବଲା ବାଦକ ସୁଶୀଲ ନାଗ,ଲୋଚନ ହରପାଲ,ଅସ୍ମିତା ସାହୁ,ବସୁଧା ଚନ୍ଦନ,ରୁପାଲୀ ନାୟକ, ଚୁମକି ଖରସେଲ ପ୍ରମୁଖ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ କଳାକାର ପ୍ରଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles