ଟିଟିଲାଗଡ ଏଥଲେଟିକ ଏସୋସିଏସନ୍ ର ବାର୍ଷିକ ସାଧାରଣ ସଭା

ଟିଟିଲାଗଡ଼,୪/୧(ଜେଏନଏସ),ଟିଟିଲାଗଡ ଏଥଲେଟିକ ଏସୋସିଏସନ୍ ର ବାର୍ଷିକ ସାଧାରଣ ସଭା ସଂଘ ର ଖେଳପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ରାଧାକାନ୍ତ ପାଢ଼ୀ ସ୍ଵାଗତ ଅଭିଭାଷଣ ସହ ସଂଘ ର କାର୍ଯ୍ୟକଳାପ ସମ୍ଵନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଦାସ ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ରମାନାଥ ଖମାରୀ ବାର୍ଷିକ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ।ଗତ ମାସରେ ବଲାଙ୍ଗୀର ଜିଲ୍ଲା ଏଥଲେଟିକ ଏସୋସିଏସନ୍ ପକ୍ଷରୁ ଆୟୋଜିତ କ୍ରୀଡା ପ୍ରତିଯୋଗିତା ରେ ଟିଟିଲାଗଡ ସଂଘ ପକ୍ଷରୁ ୪୨ ଜଣ ଖେଳାଳି ଅଂଶ ଗ୍ରହଣ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ସ୍ତର କୁ ଉନ୍ନୀତ ହୋଇଥିଲେ। ସଂଘ ପକ୍ଷରୁ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ମାରାଥନ ଦୌଡ଼ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ନୂତନ ଖେଳାଳୀ ସୃଷ୍ଟି କରିବା ସହ ସେମାନଙ୍କୁ ଉତ୍ସାହିତ କରିବାରେ ସଂଘ ପ୍ରମୁଖ ଭୂମିକା ତୁଲାଇଥିବା ଏବଂ ଆଗାମୀ ଦିନ ରେ ବୃକ୍ଷରୋପଣ,ରକ୍ତଦାନ ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସଭାପତି ଶ୍ରୀ ପାଢ଼ୀ ଉଲ୍ଲେଖ କରିଥିଲେ। ଏହି ଅବସରରେ ବରିଷ୍ଠ ସଭ୍ୟ ହରିଶ ରାୟଠାତା ଙ୍କୁ ସାଙ୍ଗଠନିକ ସମ୍ପାଦକ ଓ ଦୀପକ ସମାଜଦାର ଙ୍କୁ କାର୍ଯ୍ୟକାରୀ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା।କାର୍ଯ୍ୟକ୍ରମ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ବେଳେ ପଦ୍ମନାଭ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles