ଭିଜିଲାନ୍ସ ଜାଲରେ ଫରେଷ୍ଟର

ଟିଟିଲାଗଡ,୦୬/୧(ଜେଏନଏସ),ବଲାଙ୍ଗୀର ବନଖଣ୍ଡ ମୁରିବହାଲ ବନାଞ୍ଚଳ ଅନ୍ତର୍ଗତ ଗୁଲମି ବନପାଳ ଅଶୋକ କୁମାର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୂଚନା ଅନୁଯାୟୀ କୌଶିକ ଭୋଇ ନାମକ ଜଣେ ବ୍ୟକ୍ତି ଙ୍କୁ ଏକ ରେଙ୍ଗାଲ ଗଛ କାଟିବାକୁ ଅନୁମତି ଦେବା ବଦଳରେ ବନପାଳ ଶ୍ରୀ ଭୋଇ ୧୦ ହଜାର ଟଙ୍କା ଉତ୍କୋଚ ଦାବୀ କରିଥିଲେ।ସଂପୃକ୍ତ ବ୍ୟକ୍ତି ଘଟଣା ସମ୍ଵନ୍ଧରେ ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହୋଇଥିଲେ।ଆଜି ଶ୍ରୀ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ ରେ ପଡ଼ିଥିଲେ।ଏ ନେଇ ତାଙ୍କ ବାସ ଭବନରେ ଚଢ଼ଉ କରାଯିବା ସହ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଜେଲ କୁ ପଠେଇ ଦିଆଯାଇଥିବା ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles