ଟିଟିଲାଗଡ ବିଧାୟକ ଙ୍କ ବ୍ଲକ ଶିକ୍ଷା ବିଭାଗ ପ୍ରତିନିଧି ନିଯୁକ୍ତ

ଟିଟିଲାଗଡ,୭/୧(ଜେଏନଏସ),ଟିଟିଲାଗଡ ବ୍ଲକ ଶିକ୍ଷା ବିଭାଗ ପାଇଁ ସମାଜସେବୀ ସୁବୋଧ ଦାସ ଙ୍କୁ ସ୍ଥାନୀୟ ବିଧାୟକ ନବୀନ ଜୈନ ନିଜ ପ୍ରତିନିଧି ଭାବରେ ନିଯୁକ୍ତ କରିଛନ୍ତି।ଏ ନେଇ ବିଧାୟକ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୯/୨୬ ମାଧ୍ୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରାଯାଇଛି।ଟିଟିଲାଗଡ ସହରର ହାଟପଦା ପଡ଼ା ନିବାସୀ ଶ୍ରୀ ସୁବୋଧ ଦାସ ବ୍ରାହ୍ମଣ ସମାଜ ର ସଭାପତି ସହ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ରେ ସକ୍ରିୟ ଥିବାବେଳେ ବୃହତ ଲୋକହିତ ଦୃଷ୍ଟି କୁ ନେଇ ତାଙ୍କୁ ନିଯୁକ୍ତ କରାଯାଇଥିବା ବିଧାୟକ ଶ୍ରୀ ଜୈନ ସୂଚନା ଦେଇଛନ୍ତି। ଅପର ପକ୍ଷରେ ଶ୍ରୀ ଦାସ ତାଙ୍କୁ ଏହି ଗୁରୁ ଦାୟିତ୍ଵ ଦିଆଯାଇଥିବା ଯୋଗୁଁ ବିଧାୟକ ଶ୍ରୀ ଜୈନ ଙ୍କ ଠାରେ ନିଜ କୃତଜ୍ଞତା ଜ୍ଞାପନ କରିବା ସହ ବ୍ଲକ ଅନ୍ତର୍ଗତ ଶିକ୍ଷା ବ୍ୟବସ୍ଥା କୁ ଆହୁରି ସୁଦୃଢ଼ କରାଯିବ ଓ ଆବଶ୍ୟକୀୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles