ବରିଷ୍ଠ ଜୀବନ ବୀମା ଅଭିକର୍ତ୍ତା ସୋମନାଥ ରଣା ଙ୍କ ପରଲୋକ

ଟିଟିଲାଗଡ,୯/୧(ଜେଏନଏସ),ଭାରତୀୟ ଜୀବନ ବୀମା ନିଗମ ଟିଟିଲାଗଡ ଶାଖା ର ବରିଷ୍ଠ ଅଭିକର୍ତ୍ତା ସୋମନାଥ ରଣା(୫୭) ଙ୍କ ଗୁରୁବାର ସନ୍ଧ୍ୟା ସମୟରେ ତାଙ୍କ ଶିଶକେଲା ଗ୍ରାମ ସ୍ଥିତ ବାସଭବନରେ ପରଲୋକ ଘଟିଛି।ସ୍ବର୍ଗତ ରଣା ମଧୁମେହ ରୋଗରେ ପୀଡ଼ିତ ଥିବାବେଳେ ଗତ ୧୫ ଦିନ ଧରି ରାୟପୁର ର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ ଥିଲେ।ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାପରେ   ବୁଧବାର ସେ ଘରକୁ ଫେରିଥିଲେ।ତେବେ ଗୁରୁବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ତାଙ୍କ ପରଲୋକ ଘଟିଛି।ଶୁକ୍ରବାର ସକାଳେ ସ୍ଥାନୀୟ ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ବଡ଼ପୁଅ ଶାନ୍ତନୁ ରଣା ମୁଖାଗ୍ନି ଦେଇଥିଲେ।ସ୍ବର୍ଗତ ରଣା ଜୀବନ ବୀମା ବିକ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ।ତାଙ୍କ ବିୟୋଗରେ ଜୀବନ ବୀମା ନିଗମ ତଥା ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles