ଟିଟିଲାଗଡରେ ହିନ୍ଦୁ ସମାଜ ର ମହା ସମ୍ମିଳନୀ, ସ୍ଵାମୀ ବିବେକାନନ୍ଦ ଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ

ଟିଟିଲାଗଡ,୧୨/୧(ଜେଏନଏସ), ସ୍ଵାମୀ ବିବେକାନନ୍ଦ ଙ୍କ ୧୬୩ ତମ ଜୟନ୍ତୀ ଅବସରରେ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ନିକଟରେ ହିନ୍ଦୁ ସମାଜ ର ମହା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି,ଆର ଏସ ଏସ ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଓ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ସ୍ଵାମୀ ଦିବ୍ୟା ଲୀଳାନନ୍ଦ,ସଙ୍କୁଳ ପ୍ରମୁଖ ଟିକେଲାଲ ବେହେରା,ଡମ୍ବରୁଧର କର୍ମୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ହିନ୍ଦୁ ସମାଜ ପକ୍ଷରୁ ସ୍ଥାନୀୟ ମହାରାଜ ସାଗର ହନୁମାନ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସଭା ସ୍ଥଳ ରେ ପହଞ୍ଚିଥିଲା ସ୍ବାମୀ ଜୀ ଙ୍କ ଶ୍ରୁତି ଚାରଣ କରିବାସହ ଦେଶ ପ୍ରତି ତାଙ୍କ ଅବଦାନ ସମ୍ଵନ୍ଧରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ।ବର୍ତ୍ତମାନ ର ସାଂପ୍ରତିକ ସ୍ଥିତି ରେ ହିନ୍ଦୁ ଏକତା ବଜାୟ ରହିବା ସହ ଏକଜୁଟ ହୋଇ ଜାଗ୍ରତ ହିନ୍ଦୁ ର ପରିଚୟ ଦେବା କୁ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ।ଏହି ଅବସରରେ ହାଟପଦା ସ୍ଥିତ ଓଭର ବ୍ରିଜ ନିକଟରେ ବିଧାୟକ ଶ୍ରୀ ନବୀନ ଜୈନ ସ୍ଵାମୀ ବିବେକାନନ୍ଦ ଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିଥିଲେ।କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ,ବିଶ୍ଵ ହିନ୍ଦୁ ପରିଷଦ,ଗାୟତ୍ରୀ ପରିବାର ଆଦି ପ୍ରମୁଖ ସଂଗଠନ ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles