ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ଟିଟିଲାଗଡ,୧୨/୧(ଜେଏନଏସ),ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି,ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ସମ୍ମାନିତ ଅତିଥି,ଦକ୍ଷିଣ ପଶ୍ଚିମ ସମ୍ଭାଗ ଦତ୍ତାନନ୍ଦ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟ ର ସମ୍ପାଦକ ଡମ୍ବରୁଧର କର୍ମୀ ସ୍ଵାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ଉପାଧ୍ୟକ୍ଷ ସଙ୍କୀର୍ତ୍ତନ ମାଝୀ ମଞ୍ଚ ପରିଚାଳନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଦାଶରଥି ଘିଭେଲା ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟ ର ଉତ୍କୃଷ୍ଟ ପ୍ରଦର୍ଶନ ସମ୍ଵନ୍ଧରେ ଉଲ୍ଲେଖ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଜୈନ ଭାରତୀୟ ପରମ୍ପରା କୁ ବଜାୟ ରଖିବା ସହ ଗୁଣାତ୍ମକ ଓ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ ରେ ବିଦ୍ୟାଳୟ ଅଗ୍ରଣୀ ଭୂମିକା ତୁଲାଇଥିବା ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ପରିଚାଳନା ଜିଲ୍ଲା ପ୍ରମୁଖ ରାମ କୁମାର ମିଶ୍ର,ଶେଷଦେବ ମେହେର, ଝୁନୁରାଣୀ ମିଶ୍ର,ମାନସ ସେଠ ପ୍ରମୁଖ ଙ୍କ ସହ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles