ଟିଟିଲାଗଡ଼ ରେ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଟିଟିଲାଗଡ,୧୩/୧(ଜେଏନ୍ଏସ),ଟିଟିଲାଗଡ ବ୍ୟାଡମିଣ୍ଟନ ଆସୋସିଏସନ୍ ଏବଂ ଲାୟାଂସ ଓ ଲିଓ କ୍ଲବ ପକ୍ଷରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ମଙ୍ଗଳବାର ତିନି ଦିନିଆ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ।ରାଜ୍ୟ ଓ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ଦ୍ଵାରା ଅନୁମୋଦିତ ଏହି ପ୍ରତିଯୋଗିତା ରେ ୩୨ ଟି ଦଳ ଅଂଶଗ୍ରହଣ କରିଛନ୍ତି।ନକ ଆଉଟ୍ ପ୍ରଣାଳୀ ରେ ହେବାକୁ ଥିବା ଏହି ପ୍ରତିଯୋଗିତା ରେ ବିଜେତା ଙ୍କୁ ଟ୍ରଫି ସହ ୨୨, ୨୨୨ ଟଙ୍କା ଓ ଉପ ବିଜେତା ଙ୍କୁ ଟ୍ରଫି ସହ ୧୧,୧୧୧ ଟଙ୍କା ଆର୍ଥିକ ପୁରସ୍କାର ରାଶି ଘୋଷଣା କରାଯାଇଛି।ମୁଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ଆୟୋଜକ ଙ୍କ ଉଦ୍ୟମ କୁ ପ୍ରଶଂସା କରିବା ସହ ଟିଟିଲାଗଡ ରେ ଏହି ପ୍ରତିଯୋଗିତା ର ମୂଳଦୁଆ ପକାଇଥିବା ବିଶିଷ୍ଟ କ୍ରୀଡାବିତ୍ ସ୍ବର୍ଗତ ଅଭିମନ୍ୟୁ ସାହୁ ଙ୍କ ଏକ ପ୍ରତିମୂର୍ତ୍ତି ଷ୍ଟାଡିୟମ ପରିସରରେ ସ୍ଥାପିତ କରିବାକୁ ପ୍ରସ୍ତାବ ଦେଇଥିଲେ।ସେହିପରି ସମ୍ମାନିତ ଅତିଥି ଟୁକୁନି ସାହୁ ତାଙ୍କ ସରକାର ଅମଳରେ ଟିଟିଲାଗଡ ରେ ଏକ ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାଇବା ସହ ଯଥାଶୀଘ୍ର ସେହି ପ୍ରକଳ୍ପ ଆରମ୍ଭ କରିବାକୁ ସରକାର ଙ୍କ ନିକଟରେ ଦାବୀ ରଖିଥିଲେ।ଉଦଘାଟନୀ ଉତ୍ସବରେ ଟିଟିଲାଗଡ ବ୍ୟାଡମିଣ୍ଟନ ଆସୋସିଏସନ୍ ଅଧ୍ୟକ୍ଷ ପ୍ରମୋଦ ପ୍ରଧାନ,ଲାୟଂସ କ୍ଲବ ଅଧ୍ୟକ୍ଷ ସଞ୍ଜୟ ସୋନି,ପୂର୍ବତନ ଡିଷ୍ଟ୍ରିକ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲ, ଲିଓ କ୍ଲବ ଅଧ୍ୟକ୍ଷ ପ୍ରତ୍ୟୁଷ କୁମାର ସାହୁ,ପ୍ରକଳ୍ପ ନିର୍ଦ୍ଦେଶକ ନିରୋଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles