ଅଜଣା ଗାଡ଼ି ଧକ୍କା ରେ ଯୁବକ ମୃତ,ମଦଭାଟି ପାଇଁ ବଢୁଛି ଦୁର୍ଘଟଣା

ଟିଟିଲାଗଡ,୧୪/୧(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ପଡୋଶୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଗୋବିନ୍ଦ ମାଝୀ(୨୫) ତାଙ୍କ ଶଶୁର ଘର ଜଗୁଆ ଗ୍ରାମ କୁ ଆସି ନିଜ ସ୍କୁଟି ଯୋଗେ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କ ଉପରେ ଚଢ଼ି ଫେରାର ମାରିଥିଲା।ଘଟଣା ସ୍ଥଳ ରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ।ଖବର ପାଇ ଦୁର୍ଘଟଣା ସ୍ଥଳ ରେ ପୁଲିସ ପହଞ୍ଚି ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନା କୁ ଆଣିଥିଲା।ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚପା ଉତ୍ତେଜନା ବୃଦ୍ଧି ପାଇଛି।ପ୍ରକାଶ ଯୋଗ୍ୟ ଯେ ଜଗୁଆ ଟିଟିଲାଗଡ ମୁଖ୍ୟ ରାସ୍ତା କୁ ଲାଗି ଦେଶୀ ମଦଭାଟି ରହିଛି।ଏଥିସହ ଏହି ଜନଗହଳି ପୁର୍ଣ୍ଣ ରାସ୍ତା କଡ କୁଚିଆ ମଦ ବେପାରୀ ଙ୍କ ଜବର ଦଖଲ ରେ ରହିଛି।ରାସ୍ତା କଡ଼ରେ ଖୋଲା ଖୋଲି ଭାବରେ ବେଆଇନ ମଦ କୁଠୀ ଗୁଡ଼ିକ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହେବା ସହ ମଦ୍ୟପ ଙ୍କ ଗହଳି ଲାଗି ରହି ନିୟମିତ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି।ଘଟଣା କୁ ନେଇ ଟିଟିଲାଗଡ ଥାନା କେସ ନଂ ୧୦ ଅନ୍ତର୍ଗତ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles