ଆସନ୍ତା ୧୮ ରେ ଟିଟିଲାଗଡ ରେ ମାରାଥନ ପ୍ରତିଯୋଗିତା

ଟିଟିଲାଗଡ(ଜେଏନଏସ), ଟିଟିଲାଗଡ କ୍ରୀଡା ସଂଘ ପକ୍ଷରୁ ଆସନ୍ତା ୧୮ ତାରିଖରେ ଉଭୟ ମହିଳା ଓ ପୁରୁଷ ଶ୍ରେଣୀ ରେ ମାରାଥନ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି।ଏହାକୁ ନେଇ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହୋଟେଲ ୟାସ ଠାରେ ଅନୁଷ୍ଠିତ ହୋଇଛି।ପ୍ରତିବର୍ଷ ଭଳି ଆସନ୍ତା ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସଂଘ ସଭାପତି ରାଧାକାନ୍ତ ପାଢ଼ୀ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ମହିଳା ବର୍ଗ ପାଇଁ (୫ କି ମି) ଓ ପୁରୁଷ ବର୍ଗ ପାଇଁ(୧୦ କିମି) ଦୌଡ଼ ନିର୍ଦ୍ଧାରିତ କରାଯାଇଛି।ସ୍ଥାନୀୟ ସିଟି ସ୍କୁଲ ଖେଳ ପଡିଆ ଠାରୁ ସକଳ ୬.୩୦ ମିନିଟ ରୁ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ଏଡିପିଓ ଯଶୋବନ୍ତ ନାରାୟଣ ପ୍ରାଧାନି ପ୍ରମୁଖ ଅତିଥିବୃନ୍ଦ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିବାକୁ ସ୍ଥିରୀକୃତ ହୋଇଛି।କୃତ୍ତି ପ୍ରତିଯୋଗୀ ଙ୍କୁ ସାଧାରଣ ତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯିବା ନେଇ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି।କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ଦାସ, ଉପସଭାପତି ସନ୍ତୋଷ ପ୍ରଧାନ,ସାଙ୍ଗଠନିକ ସମ୍ପାଦକ ହରିଶ ରାୟଠାତା,କାର୍ଯ୍ୟକାରୀ ସମ୍ପାଦକ ଦୀପକ ସମାଜଦାର, ଦନାର୍ଦ୍ଧନ ହୋତା,ପଦ୍ମନାଭ ବେହେରା,ରମାନାଥ ଖମାରୀ,ମନୋଜ ହାତୀ,ଘିନୁ ଆଡ଼ଜୁଆଡ, ଆନନ୍ଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। 

 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles