ବାଙ୍କେଲ ପ୍ୟାକ୍ସ ସେକ୍ରେଟାରୀ ଙ୍କୁ ସଂଘବଦ୍ଧ ଆକ୍ରମଣ,ଥାନା ରେ ମାମଲା ରୁଜୁ

ଟିଟିଲାଗଡ,୧୬/୧(ଜେଏନଏସ), ଟିଟିଲାଗଡ ଥାନା ଅନ୍ତର୍ଗତ ବାଙ୍କେଲ୍ ପ୍ୟାକ୍ସ୍ ସେକ୍ରେଟାରୀ ବିକାଶ ଆଡଜୁଆଡ ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଥାନା ରେ ମାମଲା ରୁଜୁ ହୋଇଛି।ସୂଚନା ଅନୁଯାୟୀ ବାଙ୍କେଲ ଧନମଣ୍ଡି ରେ ଧାନ ବିକ୍ରୟ ପାଇଁ ଲେଁଝା ଗ୍ରାମର ସତ୍ୟ ନାରାୟଣ ଆଡଜୁଆଡ ଓ ତାଙ୍କ ପରିବାର ଲୋକ ଙ୍କ ଟୋକନ୍ ଆସିଥିଲା।ତେବେ ଟୋକନ କମ ଆସିଥିବା ଅଭିଯୋଗ କରି ବିକାଶ ଙ୍କ ସହ ତାଙ୍କ ପାଟିତୁଣ୍ଡ ହୋଇଥିଲା।ବିକାଶ ଓ ତାଙ୍କ ସମ୍ପର୍କୀୟ ଭାଇ ମଣ୍ଟୁ ବଗର୍ତ୍ତି ରାତି ୮ ଟା ରେ ଧାନମଣ୍ଡି ରେ କାର୍ଯ୍ୟରତ ଥିବା ବେଳେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ମଣ୍ଡି କୁ ଆସି ସି ସି ଟିଭି,ଲ୍ୟାପଟପ୍ ଭାଙ୍ଗିବା ସହ ଉଭୟ ଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ।ଆହତ ଅବସ୍ଥାରେ ଉଭୟେ ଟିଟିଲାଗଡ ଥାନା କୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଭିତ୍ତି ରେ ପୁଲିସ ଘଟଣାରେ ସଂଶ୍ଳିଷ୍ଟ ସତ୍ୟନାରାୟଣ ଆଡଜୁଆଡ,ତୀର୍ଥ ଆଡଜୁଆଡ,ଦୁଲା ଆଡଜୁଆଡ଼,ହରେକୃଷ୍ଣ ଆଡଜୁଆଡ,ଭୂପେନ ଆଡଜୁଆଡ,ଦେବାନନ୍ଦ ଖର୍ସେଲ,ନିର୍ମଳ ଗହିର ଆଦି ୭ ଜଣ ଅଭିଯୁକ୍ତ ଙ୍କ ନାମ ରେ ଟିଟିଲାଗଡ ଥାନା କେସ ନଂ ୧୧/୨୦୨୬ ଅନ୍ତର୍ଗତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଟିଟିଲାଗଡ ପୁଲିସ ସୂଚନା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles