ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମାରାଥନ ପ୍ରତିଯୋଗିତା

ଟିଟିଲାଗଡ,୧୮/୧(ଜେଏନଏସ), ଟିଟିଲାଗଡ କ୍ରୀଡା ସଂଘ ପକ୍ଷରୁ ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରବିବାର ଉଭୟ ମହିଳା ଓ ପୁରୁଷ ଶ୍ରେଣୀ ର ଏକ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସକାଳ ୬.୩୦ ଘଣ୍ଟା ରୁ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ମହିଳା ବର୍ଗ (୫ କି ମି) ପାଇଁ ଗନ୍ଧମାର୍ଦ୍ଧନ ଆଇଟିଆଇ କଲେଜ ଓ ପୁରୁଷ ବର୍ଗ ପାଇଁ(୧୦ କିମି)ପାଇଁ ଡୁମେର ବାହାଲ ଛକ ଠାରୁ ସ୍କୁଲ ଖେଳ ପଡିଆ ପର୍ଯ୍ୟନ୍ତ ଦୌଡ଼ ନିର୍ଦ୍ଧାରିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ଏଡିପିଓ ଯଶୋବନ୍ତ ନାରାୟଣ ପ୍ରାଧାନି ଓ ଓମ୍ ଭେଲି ବିଦ୍ୟାଳୟ ର ମାଲିକ ଦୀପକ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ ପ୍ରତିଯୋଗିତା ଆରମ୍ଭ କରିବା ସହ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ। ପୁରୁଷବର୍ଗ ରେ ଧରଣୀ ପାଣ୍ଡେ ପ୍ରଥମ,ବିକାଶ ଭୋଇ ଦ୍ଵିତୀୟ ଓ ମୋହନ ଭାଟି ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ମହିଳା ବର୍ଗ ରେ ଆରତୀ ମାଝୀ ପ୍ରଥମ,ମୀନାବତି ଭୋଇ ଦ୍ଵିତୀୟ ଓ ବୃନ୍ଦାବତୀ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ।କୃତ୍ତି ପ୍ରତିଯୋଗୀ ଙ୍କୁ ଆସନ୍ତା ସାଧାରଣ ତନ୍ତ୍ର ଦିବସ ରେ ସମ୍ବର୍ଦ୍ଧିତ କରାଯିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।କାର୍ଯ୍ୟକ୍ରମରେ ସଭାପତି ରାଧାକାନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ଦାସ, ଉପସଭାପତି ସନ୍ତୋଷ ପ୍ରଧାନ,ସାଙ୍ଗଠନିକ ସମ୍ପାଦକ ହରିଶ ରାୟଠାତା,କାର୍ଯ୍ୟକାରୀ ସମ୍ପାଦକ ଦୀପକ ସମାଜଦାର, ଦନାର୍ଦ୍ଧନ ହୋତା,ପଦ୍ମନାଭ ବେହେରା,ରମାନାଥ ଖମାରୀ,ମନୋଜ ହାତୀ,ଘିନୁ ଆଡ଼ଜୁଆଡ, ଆନନ୍ଦ ପାଣ୍ଡେ,ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। 

 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles