ଟିଟିଲାଗଡ ଆଦିବାସୀ ଭବନ ଉଦଘାଟିତ

ଟିଟିଲାଗଡ,୧୮/୧(ଜେଏନଏସ),ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ ଶାଖା ଅନ୍ତର୍ଗତ ଉପଖଣ୍ଡ ସ୍ତରୀୟ ଭବ୍ୟ ଆଦିବାସୀ ଭବନ ରବିବାର ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି ଭାବରେ ଯୋଗଦେଇ ତାଙ୍କ ଅନୁଦାନ ପାଣ୍ଠି ରୁ ନବନିର୍ମିତ ଆଦିବାସୀ ଭବନ ର ଶୁଭ ଉଦଘାଟନ କରିଥିଲେ।ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ,ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ,ଉପସଭାପତି ବିଶିକେଶନ ଜାନୀ,କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ର ଆବାହକ ତଥା ଟିଟିଲାଗଡ ବ୍ଲକ ସଭାପତି ପଦ୍ମନ୍ ପ୍ରଧାନୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯୁଗ୍ମ ସମ୍ପାଦକ ସୁନିଲ ମାଝୀ ମଞ୍ଚ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ୨୦୦୬ ରୁ ଆଦିବାସୀ ସଂଘ୍ ଗଠନ ହୋଇ ଆଦିବାସୀ ଙ୍କ ହକ ପାଇଁ ଲଢେଇ କରିବା ସହ ପରିଚୟ ପ୍ରଦାନ କରିଥିବା ଉଲ୍ଲେଖ କରିଥିଲେ।ବର୍ତ୍ତମାନ ର ବିଜେପି ସରକାର ଆଦିବାସୀ ବିରୋଧୀ ସରକାର,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଜଣେ ସାନ୍ତାଳୀ ଆଦିବାସୀ ଶ୍ରେଣୀ ର ହୋଇ ଆଦିବାସୀ ଙ୍କ ବିରୋଧରେ କାର୍ଯ୍ୟ କରୁଥିବା କହିଥିଲେ।ଆଦିବାସୀ ନେତା ମାନେ ନିର୍ଭୀକ ହୋଇ ପ୍ରତିବାଦ କରିବାକୁ ସେ ଆହ୍ବାନ ଦେଇଥିଲେ।ଏହି ଅବସରରେ ସିଆରପିଏଫ ରେ ନବ ନିଯୁକ୍ତି ପାଇଥିବା ଆଦିବାସୀ ଯୁବକ ଦୀପକ ମାଝୀ ଙ୍କୁ ସାଂସଦ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ସଭାପତି,ସମ୍ପାଦକ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ଓ ମହାସଂଘର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles