ଓଡ଼ିଶା ଯୁବରତ୍ଣ ସମ୍ମାନ ରେ ସମ୍ମାନିତ ହେଲେ ନରସିଂ ସିଂ

ଟିଟିଲାଗଡ,୨୩/୧(ଜେଏନଏସ),ଟିଟିଲାଗଡ ସହରର ଯୁବ ସମାଜ ସେବୀ ତଥା ବିଜେପି ଯୁବ ନେତା ନରସିଂ ସିଂ ଙ୍କୁ ସମର୍ପିତ ସମାଜ ସେବା ପାଇଁ ଚଳିତ ବର୍ଷ ର”ଓଡ଼ିଶା ଯୁବରତ୍ନ ସମ୍ମାନ” ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ର ଅଗ୍ରଣୀ ଅନୁଷ୍ଠାନ ବ୍ରାଇଟ ଓଡିଶା ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ନିଜ କର୍ମ ଦକ୍ଷତାକୁ ପ୍ରତିପାଦନ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜ୍ୟର ୪୨ ଜଣ ଯୁବ ପ୍ରତିଭା ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସରକାର ଙ୍କ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି,ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ,ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଯୁବ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ।ଏହି ଅବସରରେ ଗଣମାଧ୍ୟମ କ୍ଷେତ୍ରରେ ଏକ ବୈପ୍ଲବିକ ଚିନ୍ତାଧାରା ଆଣିଥିବା ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦିକା ତନୟା ପଟ୍ଟନାୟକ,ନ୍ୟୁଜ୍ ୧୮ ଓଡ଼ିଆ ଆସୋସିଏଟ ଏଡ଼ିଟର ମାନସ ରଞ୍ଜନ ଦାଶ,ସାହିତ୍ୟ କ୍ଷେତ୍ରରୁ ଦେବାଶିଷ ସାମନ୍ତରାୟ, ସୃଜନାତ୍ମକ କ୍ଷେତ୍ରରୁ ବନସ୍ମିତା ପତି,ଓଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପଦ୍ମଶ୍ରୀ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ଜିତୁ ଶତପଥି ପ୍ରମୁଖ ଙ୍କ ସହ ସୁନିଲ ପ୍ରଧାନ,ଶୀତଳ ପାତ୍ର, ବିଭୁଦତ୍ତ ଦିକ୍ଷିତ୍, ତ୍ରିଭୁବନ ପଣ୍ଡା, ସୁଭାଶିଷ ଶର୍ମା,ନଳିନୀ ନିହାର ନାୟକ,ଅଭିନେତ୍ରୀ ପ୍ରିୟଙ୍କା ସାହୁ,କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ,ଅଭିନେତା ପିୟୁଷ ତ୍ରିପାଠୀ,ଡ଼.ଜ୍ୟୋତି ରଞ୍ଜନ ନାୟକ, ଡ଼. ସନ୍ଦୀପ ଦାସ, ଡ଼. ସଞ୍ଜୟ ମିଶ୍ର, ରଶ୍ମି ରଞ୍ଜନ ପ୍ରଧାନ, ନରୋତ୍ତମ ଦାସ, ବିଶ୍ୱ ରଞ୍ଜନ ସାହୁ, ଦେବାଶିଷ ନାୟକ, ପାର୍ଥ ସାରଥୀ ମହାକୁର,ରାଧାମୋହନ ମହାପାତ୍ର,ଦୀପକ କୁମାର ମହାନ୍ତି,ପୁଣ୍ୟଶ୍ଲୋକା ମହାନ୍ତି,ନକୁଳ ସୁବୁଦ୍ଧି, ଅନୁରାଗ ସାହୁ,ରୋହିତ ଶ୍ରୀବାସ୍ତବ,ରମଣଜୀତ ମହାନ୍ତି, ସରୋଜ କୁମାର ନାୟକ, ଗଣେଶ ପ୍ରସାଦ ବିଶ୍ଵାଳ, ନିରୁପମା ବିଶ୍ଵାଳ, ଆଦିତ୍ୟ ପ୍ରସାଦ ଦାସ,ଅଭିଶେକ୍ ମିତ୍ର,ଆଶିଷ କୁମାର ମିଶ୍ର, ପୁଷ୍ପକଳିକା କର, ରାକେଶ ପଟ୍ଟନାୟକ,ଦୀପକ କୁମାର ନାଥ,ମହମ୍ମଦ ଆଲିମ, ଡି. ନିରଞ୍ଜନ ରେଡ୍ଡି ଓ ଯଜ୍ଞାଶିଷ ମହାପାତ୍ର ଙ୍କୁ ସମ୍ମାନିତ କରାଯାଇଛି।ସେହିପରି ଟିଟିଲାଗଡ ସହରର ଯୁବ ସମାଜ ସେବୀ ନରର୍ସିଂ ସିଂ ଙ୍କୁ ଉତ୍କୃଷ୍ଟ ଓ ସମର୍ପିତ ସମାଜ ସେବା ପାଇଁ ଓଡ଼ିଶା ଯୁବରତ୍ନ ସମାନ ପ୍ରଦାନ ସହ ଏହି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମ୍ମାନ ଆଗାମୀ ଦିନରେ ଓଡ଼ିଶାର ଯୁବପିଢ଼ି ପାଇଁ ପ୍ରେରଣା ହେବ ବୋଲି ଆୟୋଜକ ତଥା ବ୍ରାଇଟ ଓଡ଼ିଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଞ୍ଜୟ କୁମାର ମହାକୁଡ଼,ଉପଦେଷ୍ଟା ରୋଜାଲିନ ପାଟ୍ଟଶାଣୀ, ସଞ୍ଜୟ ନାୟକ, ଅଧ୍ୟକ୍ଷ ସୁଜିତ ରାଉତ,ସନ୍ତୋଷ ପ୍ରଧାନ ପ୍ରମୁଖ ଆଶା ବ୍ୟକ୍ତ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles