୭୭ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଟିଟିଲାଗଡ,୨୬/୧(ଜେଏନଏସ),ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ୭୭ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାତଃ ରମଧୁନ ପରିବେଷଣ କରାଯାଇଥିଲା।ଆୟୋଜିତ ଉତ୍ସବ ରେ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ପରିଦର୍ଶନ କରି ଅଭିବାଦନ ଗ୍ରହଣ କରିଥିଲେ। ସମସ୍ତଙ୍କୁ ଗଣତନ୍ତ୍ର ଦିବସ ର ଶୁଭେଚ୍ଛା ପ୍ରଦାନ ସହ ଦେଶ ସ୍ଵାଧୀନତା ଓ ସମ୍ବିଧାନ ପ୍ରଣୟନରେ ମହାପୁରୁଷ ଙ୍କ ପରିଶ୍ରମ, ନିଷ୍ଠା ଓ ତ୍ୟାଗ ର ସ୍ମୃତିଚାରଣ କରିଥିଲେ। ମିଳିତ ପ୍ୟାରେଡରେ ହୋମ ଗାର୍ଡଙ୍କ ସମେତ ମହାବିଦ୍ୟାଳୟ ଓ ବିଭିନ୍ନ ବିଦ୍ୟାଳୟର ଏନ୍ ସି ସି, ସ୍କାଉଟ୍, ସିଭିଲିଅନ ଗ୍ରୁପ ଏବଂ ଘୋଷ ଦଳ ସହ ସମୁଦାୟ ୨୬ ଗୋଟି ଦଳ ଭାଗ ନେଇଥିଲେ।ଏନସିସି ସିନିୟର୍ ବିଭାଗ ରେ ଡିଏଭି କଲେଜ ବାଳକ ପ୍ରଥମ ଓ ବାଳିକା ଦ୍ଵିତୀୟ ସ୍ଥାନ,ଏନ୍ ସି ସି ଜୁନିୟର ବିଭାଗରେ ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ପ୍ରଥମ,ଓମ୍ ଭେଲୀ ସ୍କୁଲ ଦ୍ଵିତୀୟ ଓ ଏସଡିଏମଟି ପ୍ରଭାବତୀ ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ସ୍କାଉଟ ଓ ଗାଇଡ ବିଭାଗରେ ପ୍ରଭାବତୀ ପବ୍ଲିକ ସ୍କୁଲ ପ୍ରଥମ,ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଓ ମହେଶ୍ୱରି ହିନ୍ଦୀ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।ରେଡକ୍ରସ ବିଭାଗରେ ସେଣ୍ଟଆନି ପବ୍ଲିକ ସ୍କୁଲ ପ୍ରଥମ, ଡିଏଭି ପବ୍ଲିକ ସ୍କୁଲ ଦ୍ଵିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତ୍ତି ପ୍ରତିଯୋଗୀ ଙ୍କ ସହ ଅନ୍ୟାନ୍ୟ କ୍ଷେତ୍ରରେ କୃତ୍ତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।।କାର୍ଯ୍ୟକ୍ରମ ରେ ପୌରାଧ୍ୟକ୍ଷା ମମତା ଦେବୀ ଜୈନ,ଏଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ,ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଏଥିସହ ସମସ୍ତ କାଉନସିଲର, ପରିଚାଳନା କମିଟିର କର୍ମକର୍ତ୍ତା,ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।ଏହି ଅବସରରେ ସ୍ଥାନୀୟ ଉପ କାରାଗାର ଓ ଦିବ୍ୟାଙ୍ଗ ଶିଶୁ ସେବା କେନ୍ଦ୍ର ରେ ଫଳ ବଣ୍ଟନ କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles