ଟିଟିଲାଗଡ,୬/୨(ଜେଏନଏସ), ଟିଟିଲାଗଡ ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନି ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଯଶୋବନ୍ତ ନାରାୟଣ ପ୍ରଧାନୀ ମୁଖ୍ୟଅତିଥି,ଏସ ଆଇ ସୁକନ୍ୟା ରାଉତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଶିବିର ର ଆବଶ୍ୟକତା ଓ ଉପାଦେୟତା ତଥା ମହିଳା ସଶକ୍ତିକରଣ ସମ୍ଵନ୍ଧରେ ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ।ଯୁକ୍ତ ୩ ପ୍ରଥମ ବର୍ଷ ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଏହି ପ୍ରଶିକ୍ଷଣ ଶିବିର ଆଜିଠାରୁ ଆସନ୍ତା ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା କୁ ଥିବା ଏବଂ ୩ ଟି ପର୍ଯ୍ୟାୟରେ ସମୁଦାୟ ୩୩୧ ଜଣ ଛାତ୍ରୀ ଙ୍କୁ ତାଲିମ ଦେବାକୁ ବ୍ୟବସ୍ଥା କରାଯାଇଥିବା ଅଧ୍ୟକ୍ଷ ଶ୍ରୀ ସାମିନି ସୂଚନା ଦେଇଛନ୍ତି।ପ୍ରଥମ ଦିନରେ ପ୍ରଶିକ୍ଷକା ଯାଜ୍ଞସିନି ମାଝୀ ଆତ୍ମସୁରକ୍ଷା ର ବିଭିନ୍ନ କୌଶଳ ସମ୍ଵନ୍ଧରେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷିତ କରିଥିଲେ।


