ଗ୍ରାମ୍ୟ ଉନ୍ନୟନ ବିଭାଗର ୪ କୋଟିର ନିର୍ମାଣଧିନ ପ୍ରକଳ୍ପ କୁ ରାସ୍ତା ନାହିଁ, ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ଟିଟିଲାଗଡ,୮/୨(ଜେଏନ୍ଏସ), ଗ୍ରାମାଞ୍ଚଳ କୁ ସ୍ଵୟଂ ସମ୍ପୂର୍ଣ କରିବା ତଥା ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଧିଷ୍ଟ ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି।ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଟିଟିଲାଗଡ ଡିଭିଜନ ପକ୍ଷରୁ ନିର୍ମାଣଧିନ ବହୁମୁଖୀ ସଭାଗୃହ (ଏମପିଏଚଏସ) ପ୍ରକଳ୍ପ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି।ଟିଟିଲାଗଡ ଡିଭିଜନ ପକ୍ଷରୁ କଣ୍ଟାବାଞ୍ଜି ରେ ୨ ଟି ଏବଂ ଟିଟିଲାଗଡ ରେ ୪ ଟି ବହୁମୁଖୀ ସଭାଗୃହ ନିର୍ମାଣ କରାଯାଉଥିବା ବେଳେ ବର୍ତ୍ତମାନ ସ୍ଥିତି ରେ ଏହା ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି।ତେବେ ଟିଟିଲାଗଡ ସହରର(କ) ସର୍ଗିଗୁଡା ଠାରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣଧିନ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏଥିରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି।ବିଭାଗୀୟ ଅନୁକମ୍ପା ଓ କେବଳ ଠିକାଦାର ପୋଷା ନୀତି ରେ ଆବଶ୍ୟକୀୟ ସମସ୍ତ ସରକାରୀ ନିୟମ କୁ ଅଣଦେଖା କରାଯାଇଥିବା ଘଟଣା ସାମ୍ନା କୁ ଆସିଛି।ସୂଚନା ଅନୁଯାୟୀ ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ସରକାରୀ ଜମି କୁ କୌଣସି ରାସ୍ତା ନ ଥିବା ଏବଂ ଏହା ଉଭୟ ପାର୍ଶ୍ଵରେ ରୟତି ଜମି ରହିଥିବା ଜଣାପଡିଛି।ଏପରିକି ଉଭୟ ଜମି ମାଲିକ ଙ୍କ ଠାରୁ ରାସ୍ତା ପାଇଁ କୌଣସି ପ୍ରକାର ଅନାପତ୍ତି ଦସ୍ତାବେଜ ନିଆ ନ ଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣାପଡିଛି।ରାସ୍ତା ନଥିବା ସରକାରୀ ଜମି ରେ କିଭଳି ଭାବରେ ପ୍ରକଳ୍ପ ମଞ୍ଜୁର କରାଗଲା ତାହାକୁ ନେଇ ସଂପୃକ୍ତ ବିଭାଗୀୟ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ ତତ୍କାଳୀନ ରାଜସ୍ବ ନିରୀକ୍ଷକ ଖୁସି ଶଙ୍କର ସାହୁ ବିଭାଗୀୟ ପତ୍ର ସଂଖ୍ୟା ୪୨୨/୨୯/୪/୨୫ ଅନ୍ତର୍ଗତ ଉକ୍ତ ସରକାରୀ ଜମି କୁ ରାସ୍ତା ନ ଥିବା ଏବଂ ଏହି ଜମି କୁ ଲାଗି ରହିଥିବା ରୟତି ଜମି ର ମାଲିକ ଯଦି ରାସ୍ତା ପାଇଁ ଜମି ଦାନ କରିବେ ତେବେ ଏହା ହୋଇପାରେ ବୋଲି ସ୍ପଷ୍ଟ ଭାବରେ ତତ୍କାଳିନ ତହସିଲଦାର ଙ୍କୁ ଜଣାଇଥିଲେ।ବର୍ତ୍ତମାନ ସ୍ଥିତିରେ ସଂପୃକ୍ତ ଜମି ମାଲିକ ଙ୍କ ପରଲୋକ ଘଟିସାରିଥିବା ବେଳେ ତାଙ୍କ ପରିବାର ସଦସ୍ୟ ଙ୍କ ଅଜ୍ଞାତସାର ରେ ସଂପୃକ୍ତ ଠିକାଦାର ଏହା ନିର୍ମାଣ କରୁଥିବା ଜଣାପଡିଛି।ତେବେ ସଂପୃକ୍ତ ବିଭାଗ ପକ୍ଷରୁ ଟିଟିଲାଗଡ ସହର ମଧ୍ୟରେ ନିର୍ମାଣ କରାଯାଉଥିବା ପ୍ରାୟ ୧୩ କୋଟି ଟଙ୍କା ର ୪ ଟି ପ୍ରକଳ୍ପ କୁ ସଞ୍ଜୟ ଲାଠ ନାମକ ଜଣେ ଠିକାଦାର କରୁଥିବା ବିଭାଗୀୟ ଅନୁକମ୍ପା କୁ ଦର୍ଶାଇଛି।କୋଟି କୋଟି ଟଙ୍କା ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ରାସ୍ତା ନ ଥିବା ଏହି ପ୍ରକଳ୍ପ ବିବାଦୀୟ ହୋଇପଡ଼ିଥିବା ବେଳେ ଏହାର ଉପଯୋଗୀତା କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି।ଘଟଣା କୁ ନେଇ ସଂପୃକ୍ତ ଠିକାଦାର ଫୋନ୍ ଉଠାଉ ନଥିବା ବେଳେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଆଶିଷ ପ୍ରଧାନ ସଂପୃକ୍ତ ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ତତ୍କାଳୀନ ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ବିଭାଗ କୁ ଚିଠି ଲେଖିଥିବା ଜଣାଇଛନ୍ତି।ସରକାରୀ ଅର୍ଥ ର ଦୁରୁପଯୋଗ କୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles