ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପତ୍ନୀ ବିୟୋଗ

ଟିଟିଲାଗଡ଼,୧୧/୨(ଜେଏନଏସ),ପୂର୍ବତନ ଏମଏସଏମଇ ଓ ପେନସନ ବିଭାଗ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ଶୋଭାଗିନି ବେହେରା (୭୬) ଙ୍କ ବୁଧବାର ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଯୋଗେନ୍ଦ୍ର ବେହେରା, ପୁତ୍ର ରାମଚନ୍ଦ୍ର ଓ ନିହାର ଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ।ପୁରୀ ସ୍ବର୍ଗଦ୍ୱାର ଠାରେ ତାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିବା ବେଳେ ଜୈଷ୍ଠ ପୁତ୍ର ରାମଚନ୍ଦ୍ର ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ,ବିଜେପି ନେତା ପ୍ରମୋଦ ପ୍ରଧାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles