ଟିଟିଲାଗଡ,୧୫/୨(ଜେଏନଏସ), କଂଗ୍ରେସ ଦଳ ର ବଲାଙ୍ଗୀର ଜିଲ୍ଲା ଏସ୍ ସି ସେଲ ପର୍ଯ୍ୟବେକ୍ଷକ ଗୋବିନ୍ଦ ନାୟକ ଟିଟିଲାଗଡ ଗସ୍ତ ରେ ଆସି ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ଆଲୋଚନା କରିଛନ୍ତି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଆୟୋଜିତ ସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ତୀବ୍ର ସମାଲୋଚନା କରିବାସହ ଶ୍ରୀ ନାୟକ ମନରେଗା ଯୋଜନା ରଦ୍ଧ କରି ଭିଭିଜି ରାମ ଜି ଯୋଜନା ପ୍ରଚଳନ ବିରୁଦ୍ଧରେ ଜନ ସଚେତନା ସୃଷ୍ଟି କରିବାକୁ ଦଳୀୟ ନେତା ଓ କର୍ମୀ ଙ୍କୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଦେବାନନ୍ଦ ସାହୁ,ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ପରିଡା,ଜିଲ୍ଲା ଏସ ସି ସେଲ ସଭାପତି ଡମ୍ବରୁ ଛତ୍ରିଆ,ପୂର୍ବତନ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ,ନଗର ସଭାପତି ରଞ୍ଜନ ଦାସ,ବ୍ଲକ ସଭାପତି ମଗନ ନାଗ, ଲିଙ୍ଗରାଜ ସୁନା ପ୍ରମୁଖ ଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


