ଟିଟିଲାଗଡ ହରିହାଟ ଉଦଘାଟିତ

ଟିଟିଲାଗଡ,୧୫/୨(ଜେଏନଏସ),ଟିଟିଲାଗଡ କୁମୁଡା ପାହାଡ ପାଦଦେଶରେ ଐତିହ୍ୟ ସମ୍ପନ୍ନ ବହୁ ପ୍ରସିଦ୍ଧ ହରିହାଟ ତଥା ମହା ଶିବରାତ୍ରୀ ମେଳା ରବିବାର ଉଦଘାଟିତ ହୋଇଛି।ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ମେଳା କୁ ନେଇ ଟିଟିଲାଗଡ ସହର ଚଳଚଞ୍ଚଳ ହୋଇଛି। ହରିହାଟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତେହ୍ୟ ଶ୍ରଦ୍ଧାଳୁ ଙ୍କ ବ୍ୟାପକ ସମାଗମ କୁ ଦୃଷ୍ଟି ରେ ରଖି ଆୟୋଜକ ଶ୍ରୀଶ୍ରୀ ଧବଳେଶ୍ଵର ଶ୍ରୀଶ୍ରୀ ଦଧିବାମନ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଅଧିବାସ ପର୍ବ ରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ସପତ୍ନିକ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ,ସୁବୋଧ ଦାଶ,ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ଭବାନୀ ପ୍ରସାଦ ହୋତା,ଭୂପତି ବାରିକ ପ୍ରମୁଖ ଙ୍କ ସହ ସେବାୟତ ଉପସ୍ଥିତ ଥିଲେ।ସେହିପରି ପୂଜକ ମନ୍ଦରଧର ପଣ୍ଡା,ଶୁକଦେବ ଯୋଶୀ, ଅଶୋକ ରଥ,ଦେବୀ ପ୍ରସାଦ ତ୍ରିପାଠୀ,ନେତ୍ରାନନ୍ଦ ମିଶ୍ର ଓ ସାଧୁ ତ୍ରିପାଠୀ ପ୍ରମୁଖ ପୂଜାର୍ଚ୍ଚନା ଦାୟିତ୍ବରେ ରହିଛନ୍ତି।ମନ୍ଦିର ପ୍ରାଙ୍ଗଣ ରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ମୀନା ବଜାର ସହ ସୁସଜ୍ଜିତ ୭୬୫ ଟି ଅସ୍ଥାୟୀ ଷ୍ଟଲ ଖୋଲାଯାଇଛି।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ପ୍ରତେହ୍ୟ କଳା ପ୍ରଦର୍ଶନ,ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି।ବିଗତ ଦୁଇ ବର୍ଷଧରି ବିଧାୟକ ଶ୍ରୀ ଜୈନ ଙ୍କ ଉଦ୍ୟମରେ ମେଳା ପଡିଆ ର ଆୟତନ ବୃଦ୍ଧି ସହ ସୋନ୍ଦର୍ଯ୍ୟ କରଣ ଶ୍ରଦ୍ଧାଳୁ ଙ୍କୁ ଆକୃଷ୍ଟ କରିଛି। ଚଳିତ ବର୍ଷ ଟ୍ରଷ୍ଟ ପକ୍ଷରୁ ବିଧାୟକ ଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ ଙ୍କୁ ଆମନ୍ତ୍ରିତ କରାଯାଇଛି।ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଶୁଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ସହ ମେଳା ପରିସରରେ ସି ସି ଟିଭି ବ୍ୟବସ୍ଥା,ଅସ୍ଥାୟୀ ପୁଲିସ ଫାଣ୍ଡି,୫ ପ୍ଲାଟୁନ ଫୋର୍ସ ଓ ଗୃହରକ୍ଷୀ ବାହିନୀ ନିୟୋଜନ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles