ଟିଟିଲାଗଡ,୨୧/୨(ଜେଏନଏସ), ଟିଟିଲାଗଡ ସହର ନୀଳଚକ୍ର ନଗର ନିବାସୀ ପି ବାବୁ ଭାଇ କୁମ୍ଭାର ଓରଫ ମଠ (୫୪) ଙ୍କ ଗତ ବିଳମ୍ବିତ ରାତ୍ରୀ ରେ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି।ସୂଚନା ଅନୁଯାୟୀ ଗତ ରାତି ସେ ଏକ ଭୋଜି ରେ ଯୋଗଦେଇ ନିଜ ବାଇକ ଯୋଗେ ଫେରୁଥିବା ବେଳେ ବୁଡ୍ଡି ପଡ଼ା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଥିଲେ।ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେବା ସହ ଚିକିତ୍ସା ପାଇଁ ଟିଟିଲାଗଡ ଡାକ୍ତରଖାନା କୁ ଆଣିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସ୍ବର୍ଗତ କୁମ୍ଭାର ଦୀର୍ଘ ବର୍ଷ ଧରି ଭାରତୀୟ ଜୀବନ ବୀମା ନିଗମ ଟିଟିଲାଗଡ ଶାଖାର ଅଭିକର୍ତ୍ତା ଭାବରେ କାର୍ଯ୍ୟରତ ଥିଲେ।ରବିବାର ସକାଳେ ଶବ ବ୍ୟବଚ୍ଛେଦ ପରେ ତାଙ୍କୁ କବର ଦିଆଯିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।ତାଙ୍କ ବିୟୋଗରେ ଅଭିକର୍ତ୍ତା ସଂଘ ମଣ୍ଡଳ ଉପସଭାପତି ବୈକୁଣ୍ଠ ମେହେର,ଶାଖା ସଭାପତି ବୁଲବୁଲ ମେହେର,ସମ୍ପାଦକ ଅସୀମ କୁଣ୍ଡୁ,ଉପସଭାପତି ସନ୍ତୋଷ ପୁରୋହିତ ପ୍ରମୁଖ ଙ୍କ ସହ ଅଭିକର୍ତ୍ତା ସମୂହ ରେ ଗଭୀର ଶୋକ ପ୍ରକାଶ ପାଇଛି।


