ଟିଟିଲାଗଡ଼,୨୩/୨(ଜେଏନଏସ), ରାଜ୍ୟ ସରକାର ଙ୍କ ଆଇନ ବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲାରେ କିଛି ଅଧିବକ୍ତା ଙ୍କୁ ଲ ଅଫିସର ଭାବରେ ନିଯୁକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ରେ ଟିଟିଲାଗଡ଼ର ବିଭିନ୍ନ କୋର୍ଟ ପାଇଁ ନିଯୁକ୍ତ ଲ ଅଫିସର ମାନଙ୍କୁ ସ୍ଥାନୀୟ ସାମ୍ବାଦିକ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଓଡ଼ିଶା ଲ ଅଫିସର୍ସ ନିୟମ ୧୯୭୧ ଅନୁଯାୟୀ ଟିଟିଲାଗଡ ଏଡିଜେ କୋର୍ଟରେ ଏଜିପି ଭାବରେ ହନୁମାନ ବୀର କର୍ଣ୍ଣ, ଏପିପି କମ୍ଭୁପାଣି ପାଢ଼ୀ, ସ୍ପେଶାଲ ପିପି (ଏନଡିପିଏସ ଆକ୍ଟ) ପ୍ରଦୀପ ମହାପାତ୍ର, ସ୍ପେଶାଲ ପିପି (ଏସ ଟି ଏସ ସି ଆକ୍ଟ ) ଡମ୍ବରୁଧର କର୍ମୀ, ସିଭିଲ ଜଜ (ସିନିୟର ଡିଭିଜନ) ଆସୋସିଏଟ ଲୟର କ୍ଷୀରସିନ୍ଧୁ ସାହୁ, ରାଜେଶ କୁମାର ବାବୁ , ସିଭିଲ ଜଜ ( ଜୁନିଅର ଡିଭିଜନ )ଏସଡିଜେଏମରେ ଏଜିପି ଅରବିନ୍ଦ ପାଣିଗ୍ରାହୀ, ଏପିପି ତନ୍ମୟ ଠାକୁର, ବୁଲାଶ୍ରୀ ନଳିନୀ ରଞ୍ଜନ ଶତପଥି, ଜେଏମଏଫସି କୋର୍ଟରେ ଏପିପି ପ୍ରୀତିମନ ନାଗ, ସଂନ୍ଧ୍ୟାରାଣୀ ଥାପା, ଉପଜିଲ୍ଲାପାଳ ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟରେ କିଶୋର ମହାପାତ୍ର ଏବଂ ତହସିଲ କୋର୍ଟରେ ଆଲୋକ ନାୟକ ଙ୍କୁ ଲ ଅଫିସର ଭାବରେ ନିଯୁକ୍ତି ଦିଆଯାଇଛି।ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦିଲୀପ ପୁରୋହିତ,ସାମ୍ବାଦିକ ମନୋଜ ଶତପଥୀ, ସଞ୍ଜୟ ବେହେରା, ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


