ଟିଟିଲାଗଡ,୨୭/୨(ଜେଏନ୍ଏସ),ରାଜ୍ୟ ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବଲାଙ୍ଗୀର ବନଖଣ୍ଡ ଟିଟିଲାଗଡ ବନାଞ୍ଚଳ ଅନ୍ତର୍ଗତ ମାଥନପଲା ଡ୍ୟାମ ପ୍ରକୃତି ପର୍ଯ୍ୟଟନ ସ୍ଥଳୀ ର ଭିତ୍ତପ୍ରସ୍ତର ସ୍ଥାପନ ହୋଇଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଓ ବନବିଭାଗ ଏ ସିଏଫ ମାନସ ରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରସ୍ତାବିତ ପର୍ଯ୍ୟଟନସ୍ଥଳୀ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଟିଟିଲାଗଡ ଅଞ୍ଚଳ ର ପର୍ଯ୍ୟଟନ କ୍ଷେତ୍ର କୁ ଏକ ନୂଆ ପରିଚୟ ଦେବା ସହ ନୂତନ ରୋଜଗାର ସୃଷ୍ଟି କରିବାରେ ସହାୟକ ହେବ।ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୭୦ ଲକ୍ଷ ଟଙ୍କା ଅନୁଦାନ ଆସିସାରିଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଛନ୍ତି।ପ୍ରଥମ ପର୍ଯ୍ୟାୟ ରେ ଡ୍ୟାମ ପରିସରରେ ସୋନ୍ଦର୍ଯ୍ୟକରଣ,ପାର୍କ ନିର୍ମାଣ,ସେଲ୍ଫି ପଏଣ୍ଟ, ଆଲୋକୀକରଣ ଓ ପଦଚାରି ପଥ ନିର୍ମାଣ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।ପ୍ରକଳ୍ପ କୁ ନେଇ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଙ୍କୁ ବିଧାୟକ ଶ୍ରୀ ଜୈନ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଞ୍ଚଳବାସୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।


