ଟିଟିଲାଗଡ,୨୮/୦୨(ଜେଏନଏସ),ଟିଟିଲାଗଡ ସହୀଦ ଜିମ୍ନେସିୟମ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦ୍ଵୀ ଦିବସୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ଵିଲ୍ଡିଂ ଚମ୍ପିୟାନସିପ୍ ଶନିବାର ରାତି ଉଦଯାପିତ ହୋଇଛି।ପ୍ରତିଯୋଗୀତାରେ ପୁରୀ ର ଜଗନ୍ନାଥ ଖୁଣ୍ଟିଆ ନିଜ ଦମଦାର ପ୍ରଦର୍ଶନ ସହ ଉତ୍କଳ ଶ୍ରୀ ୨୦୨୬ ଟ୍ରଫି ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଉଦଯାପନୀ ଉତ୍ସବରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟଅତିଥି,ଓଡ଼ିଶା ବଡି ବିଲ୍ଦିଂ ଆସୋସିଏସନ୍ ର ସମ୍ପାଦକ ପ୍ରସନ୍ନ ମହାସୁଆର,ସହ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ସହୀଦ ଜିମ୍ନେସିୟମ ସଭାପତି ରବି କିରଣ ସ୍ୱାଇଁ, ଉପଦେଷ୍ଟା କମ୍ବୁପାଣୀ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।ଅନୁଷ୍ଠାନ ର ସମ୍ପାଦକ ସନତ ପାଢ଼ୀ ସଭା ପରିଚାଳନା କରିଥିଲେ।ମୁଖ୍ୟଅତିଥି ଶ୍ରୀ ସିଂଦେଓ ଆୟୋଜକ ଙ୍କ ଉଦ୍ୟମ କୁ ପ୍ରଶଂସା କରିବା ସହ ଏହା ଖେଳାଳି ଙ୍କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବାରେ ସହାୟକ ହେବାନେଇ ଉଲ୍ଲେଖ କରିଥିଲେ।ଅନୁଷ୍ଠାନ ର ସଭାପତି ଶ୍ରୀ ସ୍ୱାଇଁ କୃତ୍ତି ଖେଳାଳୀ ଙ୍କୁ ସରକାରୀ ଚାକିରୀ ପ୍ରଦାନ ରେ ସୁଯୋଗ ଦେବାକୁ ଉପମୁଖ୍ୟ ମନ୍ତ୍ରୀ ଙ୍କ ଠାରେ ନିବେଦନ କରିଥିଲେ। ଏହି ପ୍ରତିଯୋଗିତାରେ ୫୦ କେଜି ରୁ ଆରମ୍ଭ କରି ପ୍ରତି ୫ କେଜି ଭିନ୍ନତା ରେ ୧୦ ଟି ଓଜନ ଶ୍ରେଣୀ ରହିଥିଲା।ସେହିପରି ୧୬୫ ସେମି ଉଚ୍ଚତା ଅନ୍ତର୍ଗତ ଓ ଉର୍ଦ୍ଧରେ ଦୁଇଟି ଉଚ୍ଚତା ଶ୍ରେଣୀ ସହ ୪୫ ବର୍ଷ ଉର୍ଦ୍ଧ ସ୍ଵତନ୍ତ୍ର ବିଭାଗ ଏବଂ ମହିଳା ବିଭାଗ ରେ ଗୋଟିଏ ଶ୍ରେଣୀ ରହିଥିଲା।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀ ଙ୍କ ମଧ୍ୟରେ ଜଗନ୍ନାଥ ତାଙ୍କ ଶାରୀରିକ ଗଠନ,ଆତ୍ମବିଶ୍ବାସ ଓ ମଞ୍ଚ ପ୍ରଦର୍ଶନରେ ବିଚାରକ ଙ୍କ ମନ ଜିଣି ପାରିଥିଲେ।ଉତ୍କଳ ଶ୍ରୀ ୨୦୨୬ ବିଜେତା ଘୋଷିତ ହେବାପରେ ତାଙ୍କୁ କ୍ରୀଡ଼ାପ୍ରେମୀ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


