ଟିଟିଲାଗଡ,୮/୩(ଜେଏନ୍ଏସ),ଟିଟିଲାଗଡ ନଗର ବିଜେପି ଓ ରାଜସ୍ଥାନୀ ଫାଉଣ୍ଡେସନ ପକ୍ଷରୁ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୪ ଓ ୧୫ ଠାରେ ମାଗଣା ରକ୍ତଚାପ ଓ ରକ୍ତ ଶର୍କରା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି।ବିଜେପି ନଗର ସଭାପତି ସୁନୀଲ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟଅତିଥି, ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ ଓ ରାଜସ୍ଥାନୀ ଫାଉଣ୍ଡେସନ ର ଉପଦେଷ୍ଟା ବିନୋଦ ମରୋଡ଼ିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ।ଶିବିରରେ ମୋଟ ୨୫୦ ଜଣଙ୍କ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ଔଷଧ ବିତରଣ କରାଯାଇଥିଲା।ଶିବିର ପରିଚାଳନାରେ ଟୁନିଆ ପାଣିଗ୍ରାହୀ,ଦୀପକ ପୃଷ୍ଟି,ଅମ୍ଳାନ ଷଡ଼ଙ୍ଗୀ,ହରି ନାରାୟଣ ମିଶ୍ର,ଶିବାନନ୍ଦ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।


