ଟିଟିଲାଗଡ,୮/୩(ଜେଏନଏସ), ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟିଟିଲାଗଡ ସହର ର ପ୍ରମୁଖ ମହିଳା ସଙ୍ଗଠନ ସମୂହ ପକ୍ଷରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ୫୦ ରୁ ଉର୍ଦ୍ଧ୍ବ ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ପରାମର୍ଶ ଔଷଧ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଆୟୋଜକ ପ୍ରକୃତିରକ୍ଷା ଫାଉଣ୍ଡେସନ ସଭାପତି ସାରଦା ରାଓ, ତେରାପନ୍ଥ ମହିଳା ମଣ୍ଡଳ ସଭାପତି ଭାବନା ଜୈନ, ମାରୱାଡି ମହିଳା ସମିତି ସଭାପତି ସରୋଜ ଅଗ୍ରୱାଲ, ଶ୍ରୀଜନ ଶାଖା ସଭାପତି ନୀଲମ ଅଗ୍ରୱାଲ ,ଉତ୍କଳ ପ୍ରାଦେଶିକ ମହିଳା ଶାଖା ଅଧ୍ୟକ୍ଷା ସଙ୍ଗୀତା ଅଗ୍ରୱାଲ,ବିପ୍ର ଫାଉଣ୍ଡେସନ ମହିଳା ପ୍ରକୋସ୍ଥ ଶାଖା ସଭାପତି ଗଙ୍ଗା ଶର୍ମା ପ୍ରମୁଖ ଙ୍କ ସହ ବହୁ ସଦସ୍ୟା ଉପସ୍ଥିତ ଥିଲେ।ଏହି ଅବସରରେ ସମ୍ପାଦକ ସନ୍ତୋଷ କେଜ୍ରିୱାଲ ଓ ସାମ୍ବାଦିକ ମନୋଜ ଶତପଥୀ ଯୋଗଦେଇ ମହିଳା ଦିବସ ର ଶୁଭେଚ୍ଛା ପ୍ରଦାନ ସହ ଉପସ୍ଥିତ ମହିଳା ଙ୍କୁ ଉତ୍ସାହିତ କରିଥିଲେ।


