ଟିଟିଲାଗଡ ରୋଗୀ କଲ୍ୟାଣ ସମିତି ବୈଠକ, ଏଚ.ପି.ଭି ଟୀକା ର ଶୁଭାରମ୍ଭ

ଟିଟିଲାଗଡ,୯/୩(ଜେଏନ୍ଏସ),ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ସମ୍ମିଳନୀ କକ୍ଷ ରେ ସୋମବାର ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ସମିତି ସଭାପତି ତଥା ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତ ରାୟ,ଏସଡିଏମଓ ପ୍ରଦୀପ କୁମାର ନାୟକ,ଡ଼ ଓଁକାର ହୋତା,କମିଟି ସଦସ୍ୟ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ବୈଠକରେ ରୋଗୀ ମାନଙ୍କୁ ମିଳୁଥିବା ସୁବିଧା,ଚିକିତ୍ସା ବ୍ୟବସ୍ଥା,ଡାକ୍ତରଖାନା ର ସୁରକ୍ଷା ବ୍ୟବସ୍ଥା,ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିଲା।ରୋଗୀ ଙ୍କୁ ଦିଆଯାଉଥିବା ସୁଷମ ଖାଦ୍ୟ ପରିବେଷଣ ରେ ବାରମ୍ବାର ଅବ୍ୟବସ୍ଥା କୁ ନେଇ ବିଧାୟକ ଶ୍ରୀ ଜୈନ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ହୋଲି ରେ ଡାକ୍ତରଖାନା ଅନ୍ତେବାସୀ ଙ୍କୁ ଖାଦ୍ୟ ଦିଆଯାଇ ନ ଥିବା ଘଟଣା ର ଯେମିତି ପୁନରାବୃତ୍ତି ନ ଘଟେ ସେଥିପାଇଁ ସଂପୃକ୍ତ ଅଧିକାରୀ ଙ୍କୁ ତାଗିଦ କରିଥିଲେ।ଆଗକୁ ନୂତନ କୋଠା କୁ ଏସଡିଏଚ ସମ୍ପୂର୍ଣ ରୂପେ ସ୍ଥାନାନ୍ତର ହେବାକୁ ଥିବା ବେଳେ ଆବଶ୍ୟକୀୟ ଭିତ୍ତି ଭୂମି ସଜାଡ଼ିବାକୁ ବିଭାଗୀୟ ଅଧିକାରୀ ଙ୍କୁ ଆଦେଶ ଦେଇଥିଲେ। ନୂତନ ସମିତି ସଦସ୍ୟ ସଞ୍ଜୟ ତ୍ରିପାଠୀ,ଈଶ୍ୱର ଚନ୍ଦ୍ର ଜୈନ,ଗୀତାଞ୍ଜଳି ଭୋଇ,ମନୋଜ ଦୋଡକା ଓ ରତ୍ନାକର ସାହୁ ଙ୍କୁ ସ୍ଵାଗତ କରାଯାଇଥିଲା।ନିୟମିତ ବ୍ୟବଧାନ ରେ ସମିତି ବୈଠକ କରିବାକୁ ସମସ୍ତ ସଦସ୍ୟ ମତ ରଖିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଜୈନ ଏଚ୍ ପି ଭି ଟୀକାକରଣ ଅଭିଯାନ ର ଶୁଭାରମ୍ଭ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles