ଟିଟିଲାଗଡ ରେ ଘରୋଇ ରନ୍ଧନ ଗ୍ୟାସ୍ ର କଳାବଜାରୀ

ଟିଟିଲାଗଡ,୧୦/୩(ଜେଏନଏସ), ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଆଳ କରି ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ର ବ୍ୟାପକ କଳାବଜାରୀ ଦେଖିବାକୁ ମିଳିଛି।ସାଧାରଣ ଉପଭୋକ୍ତାମାନେ ବୁକିଂ ପରେ ମଧ୍ୟ ସରକାର ଙ୍କ ନିର୍ଦ୍ଧାରିତ ଦରରେ ସିଲିଣ୍ଡର ପାଇବାରୁ ବଞ୍ଚିତ ହେଉଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଓ ଦଲାଲ ମାନେ କୃତ୍ରିମ ଅଭାବ ଦର୍ଶାଇ ଅଧିକ ଦରରେ ଗ୍ୟାସ ବିକ୍ରି କରୁଥିବା ଉପଭୋକ୍ତା ମହଲରୁ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ଘରୋଇ ଗ୍ୟାସ ସିଲିଣ୍ଡର ନିର୍ଦ୍ଧାରିତ ମୂଲ୍ୟ ୯୪୦ ଟଙ୍କା ରହିଥିବାବେଳେ ଏହା ପ୍ରାୟ ଦୁଇଗୁଣ ୧୮୦୦ ଟଙ୍କା ରେ କଳା ବଜାରୀ ହେଉଛି।ଅପରପକ୍ଷରେ ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟୀ ଅନୁଷ୍ଠାନ ଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ବ୍ୟବହାର ବଦଳରେ ଘରୋଇ ସିଲିଣ୍ଡର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।ଏହି ବେଆଇନ୍ କାମ ଖୁଲମଖୁଲା ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅନୁକମ୍ପା ଏହି କଳା କାରବାର କୁ ଦ୍ୱିଗୁଣିତ କରିଛି।ସଂପୃକ୍ତ ବ୍ୟବସାୟୀ ମାନେ ଚଢ଼ା ଦରରରେ ଘରୋଇ ସିଲିଣ୍ଡର କିଣୁଥିବା ଯୋଗୁଁ ଗରିବ ଓ ମଧ୍ୟମବର୍ଗୀୟ ପରିବାର ମାନେ ଗ୍ୟାସ୍ ର କୃତ୍ରିମ ଅଭାବର ଶିକାର ହେଉଥିବା ଦେଖାଯାଇଛି।ଅଭିଯୋଗ କୁ ନେଇ ଏଚ ପି ମୁଖ୍ୟ ବିକ୍ରୟ ଅଧିକାରୀ ଶ୍ରୀ ୟୁବରାଜ ଙ୍କୁ ଯୋଗାଯୋଗ କରାଯିବାରୁ ସେ ବାଣିଜ୍ୟିକ ଏଲପିଜି ର ସାମୟିକ ଅଭାବ ଯୋଗୁଁ କଳାବଜାରୀ ରୋକିବାକୁ ଯୋଗାଣ ନିୟନ୍ତ୍ରଣ କରାଯାଇଥିବା ବେକେ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନ ଥିବା ପ୍ରକାଶ କରିଛନ୍ତି।ତେବେ ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ବିଭାଗ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ଉପଭୋକ୍ତା ମହଲରେ ଦାବୀ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles