ଟିଟିଲାଗଡ,୧୧/୩(ଜେଏନଏସ),ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ପକ୍ଷରୁ ଉପନିବେଶ ପରବର୍ତ୍ତିତ ଚିନ୍ତାଧାରା ବିଷୟବସ୍ତୁ କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ଶତପଥୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଡା ହରିଶିଙ୍ଗ ଗୌର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼ ଦେବାଶିଷ ମିଶ୍ର ମୁଖ୍ୟଅତିଥି ଓ ସ୍ଥାନୀୟ କଲେଜ ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନ ସମ୍ମାନିତ ଅତିଥିଭାବରେ ଯୋଗଦେଇ ସଂପୃକ୍ତ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ।ଅଧ୍ୟାପିକା ପ୍ରମିତା ମାଝୀ ସ୍ଵାଗତ ସମ୍ବର୍ଦ୍ଧନା କରିଥିବାବେଳେ ଅଧ୍ୟାପକ ଅରୁଣ ପ୍ରଧାନ ବିଷୟ ବସ୍ତୁ ସମ୍ବନ୍ଧୀୟ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।ମୁଖ୍ୟଅତିଥି ଶ୍ରୀ ମିଶ୍ର ଉପନିବେଶବାଦ ପରବର୍ତ୍ତୀ ସମାଜ ଛାତ୍ର ଛାତ୍ରୀ ଓ ଗବେଷକ ଙ୍କ ପାଇଁ ଗବେଷଣା ଓ ଅଧ୍ୟୟନରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଉଲ୍ଲେଖ କରିଥିଲେ।ଅଧ୍ୟାପିକା ବନ୍ଦନା କର ଉଦଯାପନୀ ଅଭିଭାଷଣ ରଖିଥିବା ବେଳେ ଅଧ୍ୟାପକ ଦେବଦତ୍ତ ଗୁରୁ ଧନ୍ୟବାଦ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।


