ଟିଟିଲାଗଡ,୧୬/୩(ଜେଏନଏସ),ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ର ବୀର ସପୁତ କ୍ୟାପ୍ଟେନ ଧୀରଜ ଅଗ୍ରୱାଲ ତାଙ୍କ ଅଦମ୍ୟ ସାହସ,ସୁଜ୍ଞାନ ଓ କର୍ତ୍ତବ୍ୟନିଷ୍ଠା ର ପରିଚୟ ଦେଇ ସମଗ୍ର ଦେଶ ପାଇଁ ଗର୍ବ ଆଣିଛନ୍ତି। ମଧ୍ୟ ପ୍ରାଚ୍ୟ ରେ ଭୟଙ୍କର ଯୁଦ୍ଧ ଚାଲିଥିବାବେଳେ ସମ୍ବେଦନଶୀଳ ହର୍ମୁଜ୍ ସମୁଦ୍ର ପଥ ଦେଇ ଏଲପିଜି ଗ୍ୟାସ ଭର୍ତ୍ତି ଜାହାଜକୁ ସେ ଭାରତ ଅଭିମୁଖେ ପଠେଇବାରେ ସଫଳ ହୋଇଛନ୍ତି।ବର୍ତ୍ତମାନ ସ୍ଥିତିରେ ଭାରତ ପାଇଁ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ଆମଦାନୀ କୁ କ୍ୟାପଟେନ୍ ଅଗ୍ରୱାଲ ନିଜ ଦକ୍ଷ ନେତୃତ୍ୱ ଓ ଦାୟିତ୍ୱବୋଧ ସହିତ ବିପଦପୂର୍ଣ୍ଣ ଅଞ୍ଚଳରୁ ବାହାରକରି ସୁରକ୍ଷିତ ଭାବରେ ଭାରତ କୁ ଆଣିଥିଲେ। ସେହି ବିପଦପୂର୍ଣ୍ଣ ଅଞ୍ଚଳରୁ ବାହାର କରି ଭାରତ ଦିଗକୁ ପଠାଇବାରେ ସଫଳ ହୋଇଛନ୍ତି। ଦେଶପ୍ରତି ଅଟୁଟ ସମର୍ପଣ ଓ କର୍ତ୍ତବ୍ୟନିଷ୍ଠା ର ଉଦାହରଣ ସୃଷ୍ଟି କରିଥିବା କ୍ୟାପଟେନ୍ ଅଗ୍ରୱାଲ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


