ନାବାଳିକା ଙ୍କ ଆତ୍ମହତ୍ୟା

ଟିଟିଲାଗଡ,୧/୪(ଜେଏନ୍ଏସ),ଟିଟିଲାଗଡ ସହର ସ୍ୱାଧୀନପଡ଼ା ନିବାସୀ ସୁଦାମ ନାୟକ ଙ୍କ ନାବାଳିକା କନ୍ୟା ଶ୍ରୀମୟୀ ନାୟକ(୧୭) ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି।ସୂଚନା ଅନୁଯାୟୀ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶିକେର ଗ୍ରାମ ର ମୂଳ ନିବାସୀ ସୁଦାମ ଟିଟିଲାଗଡ ସହର ରେ ଏକ ଆଧାର ସେଣ୍ଟର ଖୋଲି ଦୀର୍ଘଦିନ ଧରି ନିଜ ପରିବାର ସହ ସ୍ୱାଧୀନ ପଡ଼ା ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ।ବୁଧବାର ସକାଳୁ ଶ୍ରୀମୟୀ ଗାଧୁଆ ଘରେ ନିଜ ଓଢ଼ଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ପାଇ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରିଛି।ଆତ୍ମହତ୍ୟା ର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ମୋବାଇଲ ଦେଖିବାକୁ କୁ ନେଇ ବାରଣ କରିବା ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି।ତେବେ ଏହି ଦୁଃଖଦ ଘଟଣା କୁ ନେଇ ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles