
ଟିଟିଲାଗଡ,୫/୫(ଜେଏନଏସ),ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନବନିର୍ମିତ ଛାତ୍ରୀ ନିବାସ ଓ ଛାତ୍ରା ବାସ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ୩ କୋଟି ଟଙ୍କା ବ୍ୟୟ ରେ ୧୦୦ ଶର୍ଯ୍ୟା ବିଶିଷ୍ଟ ନବନିର୍ମିତ ପାର୍ବତୀଗିରି ଛାତ୍ରୀ ନିବାସ ଏବଂ ୨ କୋଟି ଟଙ୍କା ବ୍ୟୟ ରେ ୪୦ ଶର୍ଯ୍ୟା ବିଶିଷ୍ଟ ଗୋପବନ୍ଧୁ ଛାତ୍ରାବାସ କୁ ଉଦଘାଟିତ କରିଥିଲେ।ଶିକ୍ଷାଦାନ କ୍ଷେତ୍ରରେ ଏବଂ କୃତ୍ତି ପ୍ରତିଭା ସୃଷ୍ଟି କରିବାରେ ରାଜ୍ୟ ତଥା ଦେଶ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବହୁ ପୁରାତନ ମହାବିଦ୍ୟାଳୟ ର ନବକଳେବର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ଦେଖିବାକୁ ମିଳିଛି।ମହାବିଦ୍ୟାଳୟର ଭିତ୍ତି ଭୂମି ତଥା ସାମଗ୍ରିକ ବିକାଶ ପାଇଁ ୧୩ କୋଟି ୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବିଧାୟକ ଶ୍ରୀ ଜୈନ ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ପ୍ରାଧ୍ୟାପକ,ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

