ବିଜୁଳି ସଂଯୋଗ ଓ ବାର୍ଦ୍ଧକ୍ୟ ଭତ୍ତା ଦାବୀ ରେ ବରିଷ୍ଠ ନାଗରିକ ଙ୍କ ଧାରଣା

ଟିଟିଲାଗଡ,୬/୫(ଜେଏନଏସ),ବିଜୁଳି ସଂଯୋଗ ଓ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ଥିବା ଜଣେ ବୟସ୍କ ହିତାଧିକାରୀ ବୁଧବାର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଟିଟିଲାଗଡ ସ୍ୱାଧୀନ ପଡ଼ା ନିବାସୀ ରାମଚନ୍ଦ୍ର ସାହୁ ବିଜେପି ସରକାର ଦେଇଥିବା ନିର୍ବାଚନୀ ପ୍ରତିଶୁତି ପୁରଣ କରି ନ ଥିବା ନେଇ ଅଭିଯୋଗ ଆଣିଛନ୍ତି।ନିର୍ବାଚନୀ ପ୍ରତିଶୁତି ଅନୁଯାୟୀ ୩୦୦ ୟୁନିଟ ମାଗଣା ବିଜୁଳି ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ବିଜେପି ପ୍ରତିଶୁତି ଦେଇଥିବା ବେଳେ ନିର୍ବାଚନ ଜିତିବା ପରେ ବର୍ତ୍ତମାନ ସୁଦ୍ଧା ଏହା ପୂରଣ ହୋଇପାରିନାହିଁ।ଏହାକୁ ନେଇ ସେ ଶ୍ରୀ ସାହୁ ସିଧାସଳଖ ସରକାର କୁ ଟାର୍ଗେଟ କରି ଏକାକୀ ଧାରଣା ପ୍ରଦର୍ଶନ କରିଥିଲେ।ମୌଳିକ ଆବଶ୍ୟକତା ପାଇଁ ଜଣେ ବରିଷ୍ଠ ନାଗରିକ ଙ୍କ ଏପରି ପଦକ୍ଷେପ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କୁ ବ୍ୟଥିତ କରିଥିଲା।ସୂଚନା ପାଇ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଧାରଣା ସ୍ଥଳରେ ପହଞ୍ଚି ଶ୍ରୀ ସାହୁ ଙ୍କୁ ବୁଝାସୁଝା କରିବା ସହ ଟାଟା ପାୱାର ର ଅଧିକାରୀ ଙ୍କୁ ତାଙ୍କ ଘରେ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଉପଜିଲ୍ଲାପାଳ ଙ୍କ ଆଦେଶ ପରେ ଟାଟା ପାୱାର ପକ୍ଷରୁ ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ କରାଯିବା ପରେ ଶ୍ରୀ ସାହୁ ଧାରଣା ପ୍ରତ୍ୟାହୃତ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles