
ଟିଟିଲାଗଡ,୧୫/୫(ଜେଏନଏସ),ରାଜ୍ୟର ଏକ ପ୍ରମୁଖ ଜଙ୍କସନ ଭାବରେ ପରିଚିତ ଟିଟିଲାଗଡ ସହର ରେ ଟ୍ରାଫିକ ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି।ସହରର ପ୍ରମୁଖ ରାସ୍ତା ଗୁଡ଼ିକ ଜବର ଦଖଲ ଯୋଗୁଁ ଏହି ସମସ୍ୟା ଦ୍ଵି ଗୁଣିତ ହୋଇଥିବା ଦେଖିବାକୁ ମିଳିଛି।ସହରର ମୁଖ୍ୟ ପ୍ରବେଶ ପଥ ବଲାଙ୍ଗୀର ରୋଡ ର ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଥିବା ବେଳେ ରାସ୍ତାକଡ ରେ ଦୀର୍ଘଦିନ ଧରି ରହିଥିବା ଜବରଦଖଲ କୁ ଉଚ୍ଛେଦ କରିବାକୁ ପୌର ପ୍ରଶାସନ ଅଣ୍ଟା ଭିଡ଼ିଛି।ଏହିକ୍ରମରେ ପୌର ପ୍ରଶାସନ ପକ୍ଷରୁ କିଛିଦିନ ପୂର୍ବରୁ ସର୍ଗୁଗୁଡ଼ା ଠାରେ ରାସ୍ତା କଡ଼ରେ ଉଭୟ ପଟରେ ଥିବା ଜବର ଦଖଲ ଜମି ମୁକ୍ତ କରାଯାଇଥିବା ବେଳେ ପୁରୁଣା ବ୍ୟାଙ୍କ୍ ଛକ ଠାରେ ରାସ୍ତା କୁ ସଂଲଗ୍ନ ହୋଇ ରହିଥିବା ଗଣେଶ ମନ୍ଦିର କୁ ଶୁକ୍ରବାର ଭଙ୍ଗା ଯାଇଛି।କିଛିଦିନ ପୂର୍ବରୁ ନୂତନ ଗଣେଶ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀ ବିଗ୍ରହ କୁ ସ୍ଥାନାନ୍ତର କରାଯାଇଥିଲା।ଟ୍ରାଫିକ ସମସ୍ୟା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ରେ ପ୍ରଶାସନ ପାତରଅନ୍ତର ନିତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।ଏହି ଉଚ୍ଛେଦ ପ୍ରକ୍ରିୟାରେ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ଏସଡିପିଓ ଯଶୋବନ୍ତ ପ୍ରଧାନୀ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତ ରାୟ, ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ଶଙ୍କର ବାଗ ପ୍ରମୁଖ ଅଧିକାରୀ ଙ୍କ ସହ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।

