ରାଜସ୍ଥାନୀ ମିସ୍ତ୍ରୀ ଙ୍କୁ ଆକ୍ରମଣ ଓ ଲୁଟ ଅଭିଯୋଗ ରେ ୬ ଗିରଫ

ଟିଟିଲାଗଡ,୧୯/୫(ଜେଏନଏସ), ଟିଟିଲାଗଡ ଦେବନ୍ଧ ପଡ଼ା ରେ ରହି ଟାଇଲ୍ସ କାମ କରୁଥିବା ୪ ଜଣ ରାଜସ୍ଥାନୀ ମିସ୍ତ୍ରୀ ଙ୍କୁ ଆକ୍ରମଣ ଓ ଲୁଟ ଅଭିଯୋଗ ରେ ସଂପୃକ୍ତ ଦୁର୍ବୁତ୍ତ ଙ୍କୁ ପୁଲିସ ଗିରଫ କରିଛି।ଘଟଣା ର ଗୁରୁତ୍ୱକୁ ଦେଖି ଖୋଦ ବଲାଙ୍ଗୀର ଏସ ପି ଅଭିଳାଷ ଜି ଟିଟିଲାଗଡ ଗସ୍ତରେ ଆସି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସବିଶେଷ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ରାଜସ୍ଥାନ ଅଞ୍ଚଳର ୪ ଜଣ ଟାଇଲ୍ସ ମିସ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଦେ ବନ୍ଧ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ସ୍ଥାନୀୟ ୬ ଜଣ ଦୁର୍ବୁତ୍ତ ସେମାନଙ୍କୁ ଘେରି ଯାଇ ଏଠାରେ ରହିବାକୁ ହେଲେ ଟଙ୍କା ଦେବାକୁ ପଡ଼େ ବୋଲି ଧମକାଇବା ସହ ଚକୁ ରେ ଆକ୍ରମଣ କରି ସେମାନଙ୍କ ଠାରୁ ୪୫୦୦ ଟଙ୍କା ଲୁଟି ନେଇଥିଲେ।ଆହତ ଯୁବକ ମାନେ ପୁଲିସ ସହାୟତା ନମ୍ବର ୧୧୨ ରେ ଫୋନ୍ କରି ଘଟଣା ର ସୂଚନା ଦେଇଥିଲେ।ଏଥିସହ ଘଟଣା ସମ୍ଵନ୍ଧରେ ତାଙ୍କ ଠିକାଦାର ସିଧା ସଳଖ ବଲାଙ୍ଗୀର ଏସ ପି ଙ୍କୁ ଜଣାଇଥିଲେ।ଏସ ପି ଙ୍କ ନେତୃତ୍ୱରେ ଟିଟିଲାଗଡ ପୁଲିସ ଘଟଣାରେ ସଂପୃକ୍ତ ଦୀପକ ବଗର୍ତ୍ତି(୨୨), ବିବେକ ପାତ୍ର(୧୮),ମହେଶ ରତେଇ(୨୦),ସଂକୀର୍ତ୍ତନ ପୋଡ(୧୮) ଙ୍କ ସହ ୨ ଜଣ ନାବାଳକ କୁ ଗିରଫ କରିଛି।ଏଥିସହ ସେମାନଙ୍କ ଠାରୁ ଆକ୍ରମଣ ରେ ବ୍ୟବହୃତ ଚକୁ ମଧ୍ୟ ଜବତ କରାଯାଇଥିବା ବେଳେ ଆସନ୍ତା କାଲି ସକାଳେ ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଏସ.ପି ଅଭିଳାଷ ଜି ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles