
ଟିଟିଲାଗଡ,୨୦/୫(ଜେଏନଏସ),ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ର କର୍ମଶାଳା ଓ ନୂତନ ସଭ୍ୟ ସଭ୍ୟା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସହ ସମ୍ପାଦକ ପ୍ରକାଶ ପଟ୍ଟନାୟକ,ପ୍ରାନ୍ତ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା,ସମ୍ପାଦକ ଦୁର୍ଯୋଧନ ସାହୁ,ଉପ ସଭାପତି ମହେନ୍ଦ୍ର ଅଗ୍ରୱାଲ,ସଂଯୋଜିକା ତନୁଜା ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରି ସଙ୍ଗଠନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ନୂତନ ଶାଖା ସଭାପତି ଉମେଶ ଚନ୍ଦ୍ର ଦାଶ,ସମ୍ପାଦକ କିଶୋର ମହାପାତ୍ର, କୋଷାଧ୍ୟକ୍ଷ ଧନଞ୍ଜୟ ବେହେରା ପ୍ରମୁଖ ଙ୍କ ସହ ନବ ନିଯୁକ୍ତ ସମସ୍ତ କର୍ମକର୍ତ୍ତା ଶପଥ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ରେ ପରିଷଦ ର ବରିଷ୍ଠ ସଦସ୍ୟ ଡ଼ ଛାୟାକାନ୍ତ ଷଡ଼ଙ୍ଗୀ,ରାଜୀବ ଲୋଚନ ପାଢ଼ୀ,ଜଗନ୍ନାଥ ପଣ୍ଡା,ରତ୍ନାକର ସାହୁ,ରବି କିରଣ ସ୍ୱାଇଁ,ଡ଼ ଘନଶ୍ୟାମ ଜୈନ,ଈଶ୍ୱର ଜୈନ,ସେବକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

