ଦିବାଲୋକରେ ଚୋରି ଘଟଣାର ପର୍ଦ୍ଦାଫାଶ,୨୨ ଲକ୍ଷ ଟଙ୍କାର ସୁନା ଗହଣା ଉଦ୍ଧାର

ଟିଟିଲାଗଡ,୧୦/୬(ଜେଏନଏସ), ଟିଟିଲାଗଡ ସହର ମଧ୍ୟରୁ ସ୍ପଷ୍ଟ ଦିବାଲୋକରେ ଲକ୍ଷାଧିକ ଟଙ୍କା ର ସୁନାଗହଣା ଚୋରି ହୋଇଥିବା ମାମଲା ର ପୁଲିସ ପର୍ଦ୍ଧାଫାଶ କରିଛି।ଏଥିସହ ଘଟଣାରେ ସଂପୃକ୍ତ ଜଣେ ଯୁବକ କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକ ର ସମ୍ପୃକ୍ତି ମଧ୍ୟ ସାମ୍ନା କୁ ଆସିଛି।ଘଟଣା କୁ ନେଇ ଟିଟିଲାଗଡ ପୁଲିସ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସବିଶେଷ ସୂଚନା ଦେଇଛି।ସୂଚନା ଅନୁଯାୟୀ ସହରର ହାଟପଦା ପଡ଼ା (ୱାର୍ଡ ନଂ ୧୪)ନିବାସୀ ଅବଦୁଲ ଆକବର ଖାନ ଗତ ୮ ତାରିଖରେ ନିଜ ପରିବାର ସହ କରମତଲା କୁ ଏକ ବିବାହ ଉତ୍ସବ ରେ ଯୋଗଦେବାକୁ ଯାଇଥିବା ବେଳେ ଦିବାଲୋକରେ ଦୁର୍ବୁତ୍ତ ମାନେ ତାଙ୍କ ଘରେ ପଶି ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲେ।ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ ରେ ଟିଟିଲାଗଡ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମର ଅଙ୍ଗଦ ରଣା(୨୨) ଓ ଜଣେ ନାବାଳକ ଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ୨୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ଗୋଟିଏ ବାଇକ ଓ ୨ ଟି ମୋବାଇଲ ଫୋନ ଜବତ କରିଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ,ଥାନା ଅଧିକାରୀ ମନୋଜ ମୁଣ୍ଡା,ଏସ ଆଇ ପ୍ରଦୀପ ଦୁରିଆ,କିରନ କୁମାର ଜାନି ଓ କାର୍ତ୍ତିକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles