
ଟିଟିଲାଗଡ,୧୩/୬(ଜେଏନଏସ),ସାମାନ୍ୟ ବଚସା କୁ କେନ୍ଦ୍ରକରି ଜଣେ ଯୁବକ ନିଜ ବନ୍ଧୁ କୁ ପଥରରେ ଛେଚି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଜାଙ୍ଗିର ଚମ୍ପା ଜିଲ୍ଲା ହାସୋଦ ଥାନା ଅନ୍ତର୍ଗତ ରଣପୋଟା ଗ୍ରାମ ନିବାସୀ ରାମ କୁମାର(୩୫) ଓ ଝାରସୁଗୁଡ଼ା ଅଞ୍ଚଳର ସୂରଜ କୁମାର ନାମକ ଯୁବକ ଟିଟିଲାଗଡ ରେଳ ଷ୍ଟେସନ୍ ପରିସରରେ ରହି କବାଡି ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ।ଉଭୟ ଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବାବେଳେ ଗତ କାଲି କିଛି ଟଙ୍କା କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ରାମ କୁମାର ପ୍ଲାଟଫର୍ମ ନଂ ୫ ନିକଟରେ ଏକ ପଥରରେ ସୂରଜ ର ମୁଣ୍ଡ କୁ ଛେଚି ତାକୁ ହତ୍ୟା କରିଥିଲା।ଏପରିକି ହତ୍ୟାକାଣ୍ଡ ପରେ ମଧ୍ୟ ସେ ଘଟଣାସ୍ଥଳ ରେ ହିଁ ଉପସ୍ଥିତ ରହି ଆରପିଏଫ ପେଟ୍ରୋଲିଙ୍ଗ ଟିମ୍ କୁ ସେ ନିଜେ ଏହି ହତ୍ୟାକାଣ୍ଡ କରିଥିବା ନେଇ ପ୍ରକାଶ କରିଥିଲା।ସୂଚନା ପାଇ ଟିଟିଲାଗଡ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ କୁ ଗିରଫ କରିଛି।ଘଟଣା କୁ ନେଇ ଜି ଆର ପି ଥାନା ରେ କେସ ନଂ ୬୯/୨୦୨୬ ଅନ୍ତର୍ଗତ ଏକ ମାମଲା ରୁଜୁ ସହ ମୃତଦେହ କୁ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଓ ତଦନ୍ତ କୁ ବ୍ୟାପକ କରାଯାଉଥିବା ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି।

