
ଟିଟିଲାଗଡ,୧୩/୬(ଜେଏନଏସ),ରାଜ୍ୟରେ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର) ପ୍ରକିୟା ଆରମ୍ଭ ହୋଇଛି।ତେବେ ଟିଟିଲାଗଡ ସହରରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରେ ବି ଏଲ୍ ଓ ଙ୍କ ଉପରେ ଗୁରୁ ଦାୟିତ୍ୱ ରହିଥିବା ତଥା ନିର୍ବାଚନ ପ୍ରକ୍ରିୟାର ନିର୍ଭୁଲ ତଥ୍ୟ ଓ ସ୍ୱଚ୍ଛତା ପାଇଁ ଏହି ଅଧିକାରୀ ମାନଙ୍କ କ୍ଷେତ୍ର ସ୍ତରୀୟ କାର୍ଯ୍ୟ ସଫଳତା ହିଁ ମୁଖ୍ୟ ଆଧାର ବୋଲି ଧରା ଯାଇଛି।ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଘରେ ଘରେ ପହଞ୍ଚି ସର୍ଭେ ଓ ସୁଚନା ସଂଗ୍ରହ ପାଇଁ ନିୟମ ରହିଥିବାବେଳେ ଏହା ସଠିକ ଭାବରେ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହେଉଛି।ସହରର ବିଭିନ୍ନ ୱାର୍ଡ କୁ ଏଯାବତ ସଂପୃକ୍ତ କର୍ମଚାରୀ ଙ୍କ ପାଦ ପଡ଼ି ନ ଥିବା ଏବଂ କେବଳ ଔପଚାରିକତା ପୂରଣ କରୁଥିବା ଦେଖିବାକୁ ମିଳିଛି।ଏହାକୁ ନେଇ ସମାଜସେବୀ ସଞ୍ଜୟ ତ୍ରିପାଠୀ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେ ଅଭିଯୋଗ କୁ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଛନ୍ତି।

